ଓଡ଼ିଶା

୩ ଲକ୍ଷ ୧୦ ହଜାର କୋଟିର ବଜେଟ୍; ଜାଣନ୍ତୁ କେଉଁ ବିଭାଗ ପାଇଁ କେତେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଆସନ୍ତୁ ଜାଣିବା ବଜେଟ ୨୦୨୬-୨୭ରେ କେଉଁ ବିଭାଗ ପାଇଁ କେତେ ଟଙ୍କା ଆବଣ୍ଟନ କରାଯାଇଛି

ଗୃହ ବିଭାଗ-୧୧୦୨୮.୫୬ କୋଟି
ସାଧାରଣ ପ୍ରଶାସନ-୮୦୫.୧୧ କୋଟି
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ-୨୨୭୧.୬୪ କୋଟି
ଆଇନ ବିଭାଗ-୧୦୯୪.୪୧ କୋଟି
ଅର୍ଥ ବିଭାଗ-୬୫,୨୯୫.୨୭ କୋଟି
ବାଣିଜ୍ୟ ବିଭାଗ-୩୧୭ କୋଟି
ପୂର୍ତ୍ତ ବିଭାଗ-୧୩,୪୫୧ କୋଟି
ଓଡ଼ିଶା ବିଧାନସଭା-୧୪୭.୪୦ କୋଟି
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ-୧୫୩୮.୨୮ କୋଟି
ସ୍କୁଲ ଓ ଗଣଶିକ୍ଷା ବିଭାଗ-୩୧,୯୯୭.୦୫ କୋଟି
ଏସସି/ଏସଟି, ସଂଖ୍ୟାଲଘୁ କଲ୍ୟାଣ ବିଭାଗ-୬୬୪୯.୩୩ କୋଟି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ-୨୩,୧୮୨.୧୪ କୋଟି
ଗୃହ ଓ ନଗର ଉନ୍ନୟନ ବିଭାଗ-୧୦୭୨୬.୮୬ କୋଟି
ଶ୍ରମିକ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ-୩୮୫.୦୩ କୋଟି
କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ-୧୩୫୯.୨୯ କୋଟି
ଯୋଜନା ଓ ସଂଯୋଜନା-୩୪୩୭.୫୭ କୋଟି
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ-୩୪୦୦୪.୦୬ କୋଟି
ସାଧାରଣ ଅଭିଯୋଗ ଓ ପେନସନ ପରିଚାଳନା-୩.୧୧ କୋଟି
ଉଦ୍ୟୋଗ ବିଭାଗ-୧୨୦୭.୫୦ କୋଟି
ଜଳ ସମ୍ପଦ ବିଭାଗ-୧୬୪୮୮.୯୨ କୋଟି
ପରିବହନ ବିଭାଗ-୪୦୭୯.୮୧ କୋଟି
ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ-୧୯୧୬.୦୫ କୋଟି
କୃଷି ଓ କୃଷକ କଲ୍ୟାଣ ବିଭାଗ-୧୪୭୦୧.୩୯ କୋଟି
ଇସ୍ପାତ ଓ ଖଣି ବିଭାଗ-୩୬୫.୧୧ କୋଟି
ସୂଚନା ଓ ଲୋକସମ୍ପର୍କ ବିଭାଗ-୧୬୬.୫୪ କୋଟି
ଅବକାରୀ ବିଭାଗ-୨୮୨.୧୬ କୋଟି
ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା-୩୫୩.୪୫ କୋଟି
ଗ୍ରାମ୍ୟ ଉନ୍ନୟନ ବିଭାଗ-୧୦୨୦୪.୬୦ କୋଟି
ସଂସଦୀୟ ବ୍ୟାପାର ବିଭାଗ-୭୪.୯୨ କୋଟି
ଶକ୍ତି ବିଭାଗ-୪୫୯୬.୭୦ କୋଟି
ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗ-୩୮୨.୩୫ କୋଟି
ପର୍ଯ୍ୟଟନ ବିଭାଗ-୧୦୨୨.୭୫ କୋଟି
ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ-୨୦୧୯ କୋଟି
ସମବାୟ ବିଭାଗ-୨୩୩୪.୬୪ କୋଟି
ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗ-୧୧ କୋଟି
ମହିଳା ଓ ଶିଶୁ କଲ୍ୟାଣ ବିଭାଗ-୧୬୧୫୨.୯୩ କୋଟି
ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ-୧୧୦୮.୦୨ କୋଟି
ଉଚ୍ଚ ଶିକ୍ଷା ବିଭାଗ-୩୬୬୪.୪୦ କୋଟି
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ-୧୮୨୩.୧୧ କୋଟି
ଏମଏସଏମଇ ବିଭାଗ-୭୬୨.୭୮ କୋଟି
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ-୯୬୧୦.୮୫ କୋଟି
ବିପର୍ଯ୍ୟୟ ପରିଚାଳନା-୫୫୫୮.୦୭ କୋଟି
ଓଡ଼ିଆ ଭାଷା, ସାହିତ୍ୟ ଓ ସଂକୃତି ବିଭାଗ-୬୧୪.୯୭ କୋଟି
ମିଶନ ଶକ୍ତି ବିଭାଗ-୨୮୦୪.୨୩ କୋଟି

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL