ଜୟପୁର: ୭ ଦିନତଳୁ ହଜିଥିବା ପୁଅ ହାତବନ୍ଧା ଅବସ୍ଥାରେ ବସ୍ଥା ଭିତରୁ ଗତକାଲି ମିଳିଥିବା ବେଳେ ମା ର ପତତା ମିଳୁନି । ମାଆ ପୁଅକୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସୂଚନା ଅନୁଯାୟୀ ବୋରିଗୁମ୍ମା ମେଇନ ରୋଡ଼ରେ ରହୁଥିବା ଅନୁଷ୍କା ପରିଡା ବୟସ(୪୫) ଏବଂ ପୁଅ ଏହେମ ପରିଡ଼ା ବୟସ(୧୪) ଏବଂ ଝିଅ ବୟସ (୧୬)ଏକ ମିକ୍ସ୍ତ୍ରର ଫେକ୍ଟୋରି କରି ରହି ଆସୁଥିଲେ । ଗତ ୨୦ ତାରିଖରେ ପରିବାର ଲୋକେ ଜାଣିବାକୁ ପାଇଥିଲେ କି ମାଆ ପୁଅ ନିଖୋଜ ଅଛନ୍ତି ଏବଂ ମୋବାଇଲ ସୁଇଚ ଅଫ ରହିଛି ୨୧ ତାରିଖରେ ପରିବାର ଲୋକେ ବୋରିଗୁମ୍ମା ଥାନାରେ ମାଆ ପୁଅ ନିଖୋଜ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଥିଲା ।
ଆଜି କୋଟପାଡ଼ ଥାନା ଅନ୍ତର୍ଗତ ଅଣ୍ଡିରା ମୁଣ୍ଡା କେନାଲ ରେ ଏକ ବସ୍ତାରେ ଶବ ଭାସୁଥିବା ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ପୋଲିସ ,ଅଗ୍ନିଶମ ବିଭାଗ ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଂଚି ବସ୍ତା ଭିତରୁ ପୁଅ ଏହେମ ପିରିଡାର ଗଳିତ ଶବ ଉଦ୍ଧାର କରିଥିଲେ । ପୁଅର ଗଳା କାଟି ହାତ ଗୋଡ଼ ବାନ୍ଧି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ମାଆର ମୃତ ଦେହ ଏ ପର୍ଯ୍ୟନ୍ତ ମିଳି ପାରି ନାହିଁ ପୋଲିସ ଝିଅ କୁ ପଚରା ଉଚରା କରୁଛି । ସାଇଣ୍ଟିଫିକ ଟିମ ଅନୁଷ୍କା ଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ସମ୍ପର୍କୀୟଙ୍କ କହିବା ଅନୁଯାୟୀ ଝିଅ ସେହି ପାଖିରେ ଥିବା ଏକ ପୁଅ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।
ମାଆ ଅନୁଷ୍କା ପରିଡା ପ୍ରେମ ସମ୍ପର୍କ କୁ ବାରଣ କରୁଥିଲେ ସେଥିରେ ଉତ୍ୟକ୍ତ ହୋଇ ସବୁଦିନ ପାଇଁ ରାସ୍ତାର କଣ୍ଟାକୁ ହୋଟେଇବା ପାଇଁ ଏଭଳି କାଣ୍ଡ ଘଟାଇଛି ବୋଲି ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ପ୍ରେମିକ କୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ କରୁଛି । ଅତିଶୀଘ୍ର ମାଆର ଶବ ଉଦ୍ଧାର ହେବ ଏବଂ କାହାଣୀ ର ପରଦା ହଟିବ ବୋଲି ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି ।









