ଦେବଗଡ଼: ଗଞ୍ଜେଇ ପରେ ଅଫିମ । ବଢ଼ୁଛି ବେଆଇନ ଅଫିମ ଚାଷ । ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କାର ଅଫିମ ଗଛ ନଷ୍ଟ କରୁଛି ପୋଲିସ । ଦେବଗଡ଼ ଜିଲ୍ଲାରେ ପ୍ରାୟ ୨୫ କୋଟି ଟଙ୍କାର ଅଫିମ ଗଛ ନଷ୍ଟ କଲା ଅବକାରୀ ବିଭାଗ । ରିଆମାଳ ଥାନା କାଦୋପଡ଼ା ଗାଁରେ ବେଆଇନ ଅଫିମ ଚାଷ ହୋଇଥିଲା । ପ୍ରାୟ ୨ ଏକର ସରକାରୀ ଜମିରେ ଅଫିମ ଚାଷ ହୋଇଥିଲା । ଅବକାରୀ ବିଭାଗ ସୂଚନା ପାଇ ଆଜି ଚଢ଼ଉ କରିଥିଲା ।
ପ୍ରାୟ ୫୦ ହଜାରରୁ ଅଧିକ ଅଫିମ ଗଛ ଲାଗିଥିଲା । ପୂର୍ବରୁ ଅନେକ ଥର ଅଫିମ ଅମଳ ହୋଇ ସାରିଥିବା ଜଣାପଡିଛି । ସମସ୍ତ ଅଫିମ ଗଛ ନଷ୍ଟ କରିବା ସହ ପୋଡ଼ି ଦେଇଛି ଅକବାରୀ ବିଭାଗ । ପ୍ରାୟ ୨୫ କୋଟି ଟଙ୍କାର ଗଛ ନଷ୍ଟ କରାଯାଇଛି । ଜଙ୍ଗଲ ଭିତରେ ଚାଷ ହୋଇଥିବାରୁ ଚାଷ କିଏ କରିଥିଲା, ସେ ନେଇ ତଦନ୍ତ ଚାଲିଛି ।








