ଓଡ଼ିଶା

ସଡ଼କ ଦୁର୍ଘଟଣାରେ ଶଳା ଓ ଭିଣୋଇ ମୃତ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଶଳା ଓ ଭିଣୋଇ ମୃତ । ତୁରେକେଲା ଥାନା ବୁଢ଼ିବାହାଲ ଗାଁ ନିକଟରେ ବୁଲାଣି ରେ ବାଇକ ଦୁର୍ଘଟଣା ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଡୁମେରଚୁଆଁ ଗାଁର ହରେଶ ମାଝୀ ଓ ତାଙ୍କ ଶଳା ବେଦ ପୂଝାରୀ । ତୁରେକେଲା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତୁରେକେଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି । ୨ଜଣ ଶଳା ଭିଣୋଇ ଏକ ମୃତାହ କର୍ମରେ ଯୋଗ ଦେଇ ଫେରୁଥିବା ବେଳେ ଦୁର୍ଘଟଣା ହୋଇଥିଲା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL