ଓଡ଼ିଶା

ବ୍ରହ୍ମପୁର ଓଭରବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୫ ଜୀବନ

ବ୍ରହ୍ମପୁର : ବ୍ରହ୍ମପୁର ହଳଦିଆପଦର ଓଭରବ୍ରିଜରେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟଣା । ଘଟଣାର ସରଜମିନ ତଦନ୍ତ ପାଇଁ ହଳଦିଆପଦର ଓଭରବ୍ରିଜରେ ପହଞ୍ଚିଲେ ଉଚ୍ଚସ୍ତରୀୟ ବୈଷୟିକ ଟିମ୍ । ଓଭରବ୍ରିଜ ନିର୍ମାଣରେ ହୋଇଥିବା ତ୍ରୁଟିର ତଦନ୍ତ କରୁଛନ୍ତି ଟିମ୍ । ବ୍ରିଜର ପିଲର୍, କଂକ୍ରିଟ ଗଠନ, ଜଏଣ୍ଟ ପଏଣ୍ଟ ସହ ଡିଜାଇନକୁ ନେଇ ସମୀକ୍ଷା କରିବେ ବୈଷୟିକ ଟିମ୍ । ଟିମରେ ପୂର୍ତ୍ତ ବିଭାଗର ବହୁ ବରିଷ୍ଠ ଅଧିକାରୀଙ୍କ ସହ ରେଲୱେ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ଅଛନ୍ତି । ଗତ ଜାନୁଆରୀ ୩୧ ତାରିଖରେ ହଳଦିଆପଦର ଓଭରବ୍ରିଜରେ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL