ଓଡ଼ିଶା

ଗୁଣି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା, ଆତ୍ମସମର୍ପଣ କଲା ହତ୍ୟାକାରୀ

ରାଇରଙ୍ଗପୁର :  ଗୁଣି ଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ଘରେ ପଶି ବିଭତ୍ସ ହତ୍ୟା । ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା କୁମ୍ଭୀରଦା ଗାଁରେ ଜଣେ ଅବିବାହିତା ବୃଦ୍ଧାଙ୍କୁ ଗୁଣି ଗାରେଡି ସନ୍ଦେହରେ ବିଭତ୍ସ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ଘଟାଇ ହତ୍ୟାକାରୀ ଥାନାରେ ଆତ୍ମସମର୍ପଣ କରିଛି । ମୃତ ବୃଦ୍ଧା ଜଣକ ହେଲେ ଜବା ଟୁଡୁ । ଘରେ ସେ ଏକୁଟିଆ ରହୁଥିବା ସୁଯୋଗ ଦେଖି ସେହି ଗାଁର ଜୁଗୁ ମାର୍ଣ୍ଡି ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛି । ଜବା ଟୁଡୁ ଗୁଣି ଗାରେଡି କରି ତାଙ୍କ ପରିବାରରେ ଅଶାନ୍ତି ଆଣୁଥିବା ସନ୍ଦେହ କରି ତାଙ୍କୁ ହତ୍ୟା କରିଥିବା ଥାନାରେ ସ୍ୱୀକାର କରିଛନ୍ତି ହତ୍ୟାକାରୀ । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL