ଜାତୀୟ

ବଲିଭିଆରେ ନୂଆ ନୋଟ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ: ୧୫ ମୃତ, ୩୦ ଆହତ

ବଲିଭିଆ : ବଲିଭିଆରେ ବଡ଼ ପ୍ଲେନ କ୍ରାସ । ୧୫ ମୃତ, ୩୦ ଆହତ । ବଲିଭିଆ ବାୟୁସେନାର ବିମାନଟି ରାଜଧାନୀ ଲାପାଜ ନିକଟ ଏଲ ଅଲଟୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ ନୂଆ ବ୍ୟାଙ୍କ ନୋଟ ନିଆଯାଉଥିଲା ।

ସାମରିକ ବିମାନଟି ସାନ୍ତା କ୍ରୁଜରୁ ଉଡ଼ାଣ ଭରିଥିଲା । ଲ୍ୟାଣ୍ଡିଂ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ରନୱେରୁ ବାହାରି ଆଭେନ୍ୟୁକୁ ଖସି ଯାଇଥିଲା ବୋଲି ଜଣାଯାଇଛି । ଏଥିଯୋଗୁ ଆଭେନ୍ୟୁରେ ଥିବା ବହୁ ଗାଡ଼ି ନଷ୍ଟ ହୋଇଛି । ଦୁର୍ଘଟଣା ପରେ ଏଲ ଅଲଟୋ ଅନ୍ତର୍ଜାତୀୟ ବିମାନବନ୍ଦରକୁ ସାମୟିକ ଭାବେ ବନ୍ଦ କରାଯାଇଛି । ବିମାନରେ ବଲିଭିଆ ସେଣ୍ଟ୍ରାଲ ବ୍ୟାଙ୍କରୁ ନୂଆ ନୋଟ ନିଆଯାଉଥିଲା ।

ଖରାପ ପାଗ ଯୋଗୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି । ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL