ଜାତୀୟ

ଯୁଦ୍ଧ ସ୍ଥିତି ନେଇ ଟେଲିଫୋନ୍‌ରେ ନେତାନ୍ୟାହୁଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ: ମଧ୍ୟ-ପୂର୍ବ ଏସିଆ ଭୟଙ୍କର ଯୁଦ୍ଧର ନିଆଁରେ ଜଳୁଛି। ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଗୋଟିଏ ପରେ ଗୋଟିଏ ବଡ଼ ଆକ୍ରମଣ କରିଚାଲିଛନ୍ତି। ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମନେଇଙ୍କ ସମେତ ବହୁ ସଂଖ୍ୟକ ଶୀର୍ଷ ନେତାଙ୍କ ମୃତ୍ୟୁ ଘଟିଛି। ଏହାସହ ବହୁ ସଂଖ୍ୟକ ସାଧାରଣ ନାଗରିକ ମଧ୍ୟ ମୃତ୍ୟୁବରଣ କରିଛନ୍ତି। ପ୍ରତିଶୋଧ ସ୍ୱରୂପ ଇରାନ ଇସ୍ରାଏଲ, ୟୁଏଇ, ବାହାରିନ, କତାର ଏବଂ କୁୱେତ ଭଳି ଅନେକ ମଧ୍ୟ-ପ୍ରାଚ୍ୟ ଦେଶ ଉପରେ ମଧ୍ୟ ବଡ଼ଧରଣର ଆକ୍ରମଣ କରିଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଞ୍ଚଳିକ ପରିସ୍ଥିତି ଉପରେ ଆଲୋଚନା କରିବା ପାଇଁ ଟେଲିଫୋନରେ କଥା ହୋଇଛନ୍ତି। ସାମ୍ପ୍ରତିକ ଘଟଣାବଳୀ ଉପରେ ଭାରତର ଚିନ୍ତା ବିଷୟରେ ସୂଚନା ଦେଇଛନ୍ତି । ଏବଂ ଭାରତର ନାଗରିକମାନଙ୍କୁ ସୁରକ୍ଷା ପ୍ରଦାନ କରିବାର ପ୍ରାଥମିକତା ବିଷୟରେ ଅବଗତ କରାଇଛନ୍ତି। ଶତ୍ରୁତାର ଶୀଘ୍ର ଅନ୍ତ ପାଇଁ ଆବଶ୍ୟକତାକୁ ପୁନର୍ବାର ଦୋହରାଇଛନ୍ତି।”

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL