ଜାତୀୟ

ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ, ସମୁଦ୍ରରୁ ୮୭ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଆମେରିକାର ଭୟଙ୍କର ଆକ୍ରମଣ । ​ଆମେରିକାର ବଡ଼ ଆକ୍ରମଣରେ ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣାରେ ସମଦ୍ରରୁ ୮୭ଜଣଙ୍କ ମୃତଦେହ ଉଦ୍ଧାର । ୩୨ଜଣ ଗୁରୁତରଙ୍କୁ ଉଦ୍ଧାର ପରେ ଶ୍ରୀଲଙ୍କାର ଗାଲେ ହସପିଟାଲରେ ଭର୍ତ୍ତି କରାଯାଇଛି । ଜାହାଜରେ ପ୍ରାୟ ୧୮୦ ଜଣ କର୍ମଚାରୀ ଥିଲେ । ଯୁଦ୍ଧ ଜାହାଜରେ ଥିବା ଅନ୍ୟମାନେ ନିଖୋଜ ଅଛନ୍ତି । ଶ୍ରୀଲଙ୍କା ଉପକୂଳ ନିକଟ ଭାରତ ମହାସାଗରରେ ଆମେରିକାର ବୁଡ଼ାଜାହାଜ ଇରାନର ଯୁଦ୍ଧ ଜାହାଜ ‘IRIS Dena’ କୁ ଟର୍ପିଡୋ ମାଡ଼ କରି ବୁଡ଼ାଇ ଦେଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା ପ୍ରଥମ ଥର ପାଇଁ ଟର୍ପିଡୋ ବ୍ୟବହାର କରି କୌଣସି ଶତ୍ରୁ ଜାହାଜକୁ ନଷ୍ଟ କରିଛି। ​ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏହାକୁ ସ୍ପଷ୍ଟ କହିଛନ୍ତି ।

ସେ କହିଛନ୍ତି, ଏହା ଇରାନ ନୌସେନାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜାହାଜ ଥିଲା । ଏହି ଆକ୍ରମଣ ଫଳରେ ଇରାନର ସାମୁଦ୍ରିକ ଶକ୍ତି ଦୁର୍ବଳ ହୋଇଯାଇଛି । ​ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ପ୍ରଥମ ଘଟଣା, ଯେଉଁଠି ଏକ ଶତ୍ରୁ ପକ୍ଷର ଜାହାଜକୁ ଟର୍ପିଡୋ ମାରି ବୁଡ଼ାଇ ଦେଇଛି ଆମେରିକା । ମଗ କ୍ଲାସର ଯୁଦ୍ଧ ଜାହାଜ ଇରିସ୍ ଦେନାରେ ପ୍ରାୟ ୧୮୦ଜଣ ନୌସୈନିକ ଥିଲେ । ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଏହି ଆକ୍ରମଣ କରାଯାଇଛି । ଶ୍ରୀଲଙ୍କାର ଗାଲେ ସହରଠାରୁ ପ୍ରାୟ ୨୦-୪୦ ନଟିକାଲ ମାଇଲ ଦୂର ଅନ୍ତର୍ଜାତୀୟ ଜଳସୀମାରେ ଏହି ଆକ୍ରମଣ ହୋଇଛି । ଶ୍ରୀଲଙ୍କା ନୌସେନା ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ​ଆମେରିକାର ରିପୋର୍ଟ ଅନୁଯାୟୀ ଫେବୃଆରୀ ୨୮ରୁ ଏପର୍ଯ୍ୟନ୍ତ ଇରାନର ୧୭ଟି ଯୁଦ୍ଧ ଜାହାଜକୁ ଧ୍ୱଂସ କରାଯାଇସାରିଛି । ବର୍ତ୍ତମାନ ପର୍ସିଆନ୍ ଗଲ୍ଫ, ହର୍ମୁଜ୍ ପ୍ରଣାଳୀ କିମ୍ବା ଓମାନ ସାଗରରେ ଇରାନର କୌଣସି ଜାହାଜ ଚଳାଚଳ କରୁନାହିଁ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL