ଜାତୀୟ

ଖାମେନେଇଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ଭାରତ ସରକାର, ଇରାନୀ ଦୂତାବାସ ପହଞ୍ଚିଲେ ବିଦେଶ ସଚିବ

ନୂଆଦିଲ୍ଲୀ : ଇରାନର ଦିବଙ୍ଗତ ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲୀ ଖାମେନେଇଙ୍କୁ ଭାରତ ସରକାର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବୈଦେଶିକ ସଚିବ ବିକ୍ରମ ମିସ୍ରି ନୂଆଦିଲ୍ଲୀ ସ୍ଥିତ ଇରାନୀ ଦୂତାବାସରେ ପହଞ୍ଚି ଶୋକ ପୁସ୍ତିକା ଉପରେ ଦସ୍ତଖତ କରିଛନ୍ତି । ଇରାନର ପୂର୍ବତନ ସର୍ବୋଚ୍ଚ ନେତାଙ୍କ ନିଧନରେ ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି । ୨୮ ଫେବ୍ରୁଆରୀ ୨୦୨୬ରେ ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ଇରାନ ଉପରେ ବଡ଼ ସ୍ତରରେ ଆକ୍ରମଣ କରିଥିଲେ, ଏଥିରେ ଇରାନର ସୁପ୍ରିମ ଲିଡର ଆୟତୁଲ୍ଲା ଅଲୀ ଖାମେନେଇଙ୍କ ମୃତ୍ୟୁ ହୋଇଥିଲା ।

ଦେଶ ଭିତରେ ଚାଲୁଥିବା ରାଜନୀତିକ ଯୁକ୍ତି ମଧ୍ୟରେ ବୈଦେଶିକ ସଚିବ ବିକ୍ରମ ମିସ୍ରି ଇରାନୀ ଦୂତାବାସ ଯାଇ ଏହି ଦୁଃଖଦ ଘଟଣା ଉପରେ ଇରାନ ସରକାର ଓ ସେଠାର ଲୋକଙ୍କ ପ୍ରତି ସମବେଦନା ବ୍ୟକ୍ତି କରିଛନ୍ତି । ସେ ଶୋକ ପୁସ୍ତିକାରେ ମେସେଜ କରିଥିଲେ ଏବଂ ଭାରତ-ଇରାନ ମଧ୍ୟରେ ମଜବୁତ ଦ୍ୱିପାକ୍ଷୀୟ ସମ୍ୱନ୍ଧକୁ ଦୋହରାଇ ଥିଲେ ।

ଇରାନରେ ଆୟତୁଲ୍ଲା ଖାମେନେଇଙ୍କ ମୃତ୍ୟୁ ପରେ ୪୦ ଦିନର ରାଷ୍ଟ୍ରୀୟ ଶୋଷ ଘୋଷିତ କରାଯାଇଛି । ଅନ୍ତର୍ଜାତୀୟ ସ୍ତରରେ ଅନେକ ଦେଶ ତାଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL