ଓଡ଼ିଶା

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ହତ୍ୟା

ଭଦ୍ରକ: କ୍ରିକେଟ ଖେଳାଳିଙ୍କୁ ନିର୍ମମ ହତ୍ୟା । ଭଦ୍ରକ ଚରମ୍ପା ବଜାରରେ ଯୁବକଙ୍କୁ ସଂଘବଦ୍ଧ ଛୁରାମାଡ଼ । ଗୁଣ୍ଠୁଣା ବଜାରରେ ମେଳଣ ଚାଲିଥିବାବେଳେ ନୃଶଂସ ହତ୍ୟା । ମୃତ ଯୁବକ ହେଲେ ଗୁଣ୍ଠୁଣା ବଜାର ଅଂଚଳ ର କୁମାର ସ୍ୱାମୀ । ପୂର୍ବ ଶତ୍ରୁତାରୁ ହତ୍ୟା ସନ୍ଦେହ କରାଯାଉଛି । ଗତକାଲି ରାତିରେ ଗୁଣ୍ଠୁଣା ବଜାରରେ ମେଳଣ ଚାଲିଥିଲା । ଏହି ସମୟରେ ୪ ଜଣ ଯୁବକ ହଠାତ ଆସି କୁମାର ସ୍ୱାମୀଙ୍କୁ ଧକ୍କା ମାରି ଛୁରା ମାଡ଼ କରିଥିଲେ । ତାଙ୍କ ପେଟ ଓ ଛାତିରେ ଗଭୀର ଆଘାତ ଲାଗିଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଘଟଣ ଘଟାଇବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଭଦ୍ରକ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ତଦନ୍ତ ଚଲାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL