ଓଡ଼ିଶା

ଆଇନଜୀବୀଙ୍କ ଘରକୁ ବୋମାମାଡ, ଖଣ୍ଡାରେ ଆକ୍ରମଣ ଉଦ୍ୟମ

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ଶାନ୍ତିମାର୍ଗରେ ଥିବା ଜଣେ ଆଇନଜୀବୀଙ୍କ ଘର ଉପରକୁ ବୋମାମାଡ ହୋଇଛି । କିଛି ଯୁବକ ହାତରେ ଖଣ୍ଡା ଧରି ସେଠାରେ ଆତଙ୍କ ଖେଳାଇବା ସହ ବୋମାମାଡ କରି ଫେରାର ହୋଇଯାଇଛନ୍ତି । ଗତକାଲି ରାତି ସାଢ଼େ ୧୦ଟା ବେଳେ ୪ ରୁ ୫ ଜଣ ଯୁବକ ସାହିରେ ପହଞ୍ଚି ଖଣ୍ଡା ଧରି ଆଇନଜୀବୀଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା କୁହାଯାଇଛି । ବୋମାମାଡ଼ରେ ଆଇନଜୀବୀଙ୍କ ପତ୍ନୀ ଓ ଜଣେ ଯୁବକ ଆହତ ହୋଇଛନ୍ତି । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଇନଜୀବୀ ଜଣକ କର୍ପୋରେଟର ପ୍ରାର୍ଥୀ ମଧ୍ୟ ଥିଲେ । ପୁଲିସ୍‌ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL