ଭୁବନେଶ୍ବର: ପୁରୀ,ବରଗଡ଼ ପରେ କଳାହାଣ୍ଡି ଜିଲା କୋର୍ଟକୁ ବୋମା ଧମକ ମିଳିଛି। ଜିଲା ଦୌରା ଓ ଜର୍ଜଙ୍କ ଇମେଲକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ପୁଲିସ୍ କୋର୍ଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଓ ଏସ ପି ନାଗରାଜ ଦେବର କୋଣ୍ଡା ମଧ୍ୟ ଉପସ୍ଥିତ ରହିଛନ୍ତି । ଆଜି ଏକାଥରେ ରାଜ୍ୟର ତିନୋଟି କୋର୍ଟକୁ ବୋମା ଧମକ ଆସିଛି । ବରଗଡ଼ ସିଭିଲ କୋର୍ଟକୁ ଇ-ମେଲରେ ବୋମା ଧମକ ଅସିଛି। ଦିନ ୧ଟାରେ ବୋମା ବିସ୍ଫୋରଣ ହେବ ବୋଲି ଧମକ ରହିଛି। ସେହିପରି ପୁରୀ କୋର୍ଟକୁ ପୁଣିଥରେ ବୋମା ଧମକ ମିଳିଥିଲା । ଜନୈକ ସନ୍ଦିଗ୍ଧ ଜିଲା ଦୌରାଜଜଙ୍କୁ ଇମେଲ୍ କରିଥିଲା । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା । ବର୍ତ୍ତମାନ୍ କିନ୍ତୁ ପୁରୀ କୋର୍ଟ କାର୍ଯ୍ୟ ସ୍ଵାଭାବିକ ହୋଇଛି।
ରାଜ୍ୟର ୩ କୋର୍ଟକୁ ବୋମା ଧମକ








