ଓଡ଼ିଶା

୨ ବର୍ଷରେ ୭୧୧ କୋଟି ଟଙ୍କାର ସାଇବର ଠକେଇ, ଫେରିଛି ମାତ୍ର ୭ କୋଟି

ଭୁବନେଶ୍ୱର : ଦୁଇ ବର୍ଷରେ ୭୧୧ କୋଟି ଟଙ୍କା ଲୁଟି ନେଲେଣି ସାଇବର ଠକ, କିନ୍ତୁ ଫେରିଛି ମାତ୍ର ୭ କୋଟି ଟଙ୍କା l ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଅନଲାଇନରେ ଲେଣଦେଣ କରୁଛନ୍ତି କି ହୋଇ ଯାଆନ୍ତୁ ସବାଧାନ । ଆଖି ପିଛୁଳାକେ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି ସାଇବର ଠକ । ବିଧାନସଭାରୁ ଆସିଲା ଆଖି ତରାଟିଦେବା ଭଳି ତଥ୍ୟ l ଦୁଇ ବର୍ଷରେ ୭୧୧ କୋଟି ରୁ ଉର୍ଦ୍ଧ ଟଙ୍କା ଠକି ନେଲେଣି ସାଇବର ଠକ ।

ବିଧାନସଭାର ତଥ୍ୟ କହୁଛି ୨୦୨୪ ରେ ୨୭ ହଜାର ୩୬୮ ଟି ମାମଲା ରୁଜୁ ହେଉଥିବା ବେଳେ, ୨୭୯ କୋଟି ୭୧ ଲକ୍ଷ ୨୯ ହାଜର ୬୬୨ ଟଙ୍କା ଠକେଇ ହେଇଛି l ସେଥି ମଧ୍ୟରୁ ମାତ୍ର ୨ କୋଟି ୪୭ ଲକ୍ଷ୍ୟ ୮୭ ହଜାର ୨୬୮ ଟଙ୍କା ରିକୋଭାରୀ ହେଇଛି l ସେହିପରି ୨୦୨୫ ରେ ୪୯ ହଜାର ୪୨୬ ମାମଲା ରୁଜୁ ହେଇଥିବା ବେଳେ, ୪୩୨ କୋଟି, ୨୮ ଲକ୍ଷ ଟଙ୍କା ଲୁଟିନେଇ ଛନ୍ତି ସାଇବର ଠକ । ଯାହା ଭିତରୁ ଫେରି ପାରିଛି ମାତ୍ର ୫ କୋଟି ୩୧ ଲକ୍ଷ, ୪୫ ହଜାର ୮୮୬ ଟଙ୍କା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL