ଜାତୀୟ

ମଧ୍ୟପ୍ରାଚ୍ୟ ମହାଯୁଦ୍ଧ, ତୈଳ ଭଣ୍ଡାରଗୁଡ଼ିକକୁ ଟାର୍ଗେଟ କରିଛନ୍ତି ଉଭୟ ଦେଶ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଭୟଙ୍କର ହେଉଛି ମହାଯୁଦ୍ଧ । ଗତକାଲି ଉଭୟ ଦେଶ ତୈଳ ଭଣ୍ଡାରଗୁଡ଼ିକକୁ ଟାର୍ଗେଟ କରିଛନ୍ତି ।  ଇସ୍ରାଏଲର ଆକ୍ରମଣର ଜବାବରେ ଇରାନ ଶକ୍ତିଶାଳୀ ‘ଫତହ-୨’ହାଇପର୍ ସୋନିକ୍ ମିସାଇଲରେ ଆଟାକ କରିଛି ।  ଇରାନୀ କ୍ଷେପଣାସ୍ତ୍ର ଇସ୍ରାଏଲର ଅଭେଦ୍ୟ ସୁରକ୍ଷା ବଳୟ ‘ଆଇରନ୍ ଡୋମ୍’କୁ ଭେଦ କରି ହାଇଫାସ୍ଥିତ ବାଜାନ୍ ଏନର୍ଜି ଗ୍ରୁପ୍ ର ତୈଳ ବିଶୋଧନାଗାର ଉପରେ ମାଡ଼ ହୋଇଛି । ଫଳରେ ଇସ୍ରାଏଲର ୪୦% ତୈଳ ବିଶୋଧନ କ୍ଷମତା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଛି । ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଓ ଆମେରିକାର ଥାଡ୍ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ହାଇପର୍ ସୋନିକ କ୍ଷେପଣାସ୍ତ୍ରକୁ ଅଟକାଇବାରେ ସକ୍ଷମ ହୋଇନାହିଁ ।

ସେହିପରି ଶାହେଦ ଡ୍ରୋନ ଆକ୍ରମଣ ଯୋଗୁଁ ମଧ୍ୟ ଜନବସତି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ପୂର୍ବରୁ ଆମେରିକା ଓ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଇରାନର ଶେହରାନ ଓ ଅଲବୋର୍ଜ ତୈଳ ପ୍ରତିଷ୍ଠାନଗୁଡ଼ିକରେ ଭୀଷଣ ଅଗ୍ନିକାଣ୍ଡ ଜାରି ରହିଛି । ସମଗ୍ର ଅଞ୍ଚଳର ଆକାଶକୁ କଳା ଧୂଆଁରେ ଆଚ୍ଛାଦିତ କରିରଖିଛି । ଶେହରାନ ତୈଳ ଡିପୋ ହେଉଛି ଇରାନର ଅନ୍ୟତମ ବୃହତ୍ତମ ତୈଳ ସଂରକ୍ଷଣ କେନ୍ଦ୍ର, ଯେଉଁଠାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ଇନ୍ଧନ ପଠାଯାଇଥାଏ ।  ଅଲବୋର୍ଜ ପ୍ରତିଷ୍ଠାନରେ ହୋଇଥିବା ବିସ୍ଫୋରଣ ଯୋଗୁଁ ଇରାନର ତୈଳ ରପ୍ତାନି କ୍ଷମତା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL