ଜଳେଶ୍ବର: ଟ୍ରେନ୍ ରେ କଟି ୨ ମୃତ । ବାଲେଶ୍ବର ଜଳେଶ୍ବର ଅନ୍ତର୍ଗତ ବାଘାବାଳି ରେଳ ଫାଟକ ନିକଟରେ ଧକ୍କା ଦେଲା ଟ୍ରେନ୍ । ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଅଛନ୍ତି । ଗତକାଲି ରାତିରେ ରେଳ ଧାରଣା ପାର ହେଉଥିବାବେଳେ ଉଭୟଙ୍କୁ ଧକ୍କା ଦେଇଥିଲା ଟ୍ରେନ୍ । ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ। ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।
ଟ୍ରେନରେ କଟି ୨ ମୃତ






