ଓଡ଼ିଶା

ଗାଁ ନିକଟରେ ଡେରା ଜମାଇଛନ୍ତି ୧୫ ଟିକିଆ ହାତୀ ପଲ, ଆତଙ୍କିତ ସରଧାପୁରବାସୀ

ଅନୁଗୋଳ: ଅନୁଗୋଳ ବ୍ଲକ ପୁରୁଣାଗଡ଼ ସେକ୍ସନ ଅନ୍ତର୍ଗତ ସରଧାପୁର ଗ୍ରାମରେ ହାତୀ ଆତଙ୍କ ତୀବ୍ର ରୂପ ନେଇଛି। ଗ୍ରାମ ନିକଟରେ ୧୫ ଟିକିଆ ହାତୀ ପଲ ଡେରା ଜମାଇବା ସହ ସିଧାସଳଖ ଗାଁ ଭିତରକୁ ପଶିଆସୁଥ‌ିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ, ଗତ କିଛି ଦିନ ହେବ ଏହି ହାତୀ ପଲ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିବାରେ ଲାଗିଛନ୍ତି। ଧାନ ଓ ପନିପରିବା ଚାଷକୁ ଦଳିଚକଟି ନଷ୍ଟ କରିଦେବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।

ଏବେ ହାତୀମାନେ ଜଙ୍ଗଲ ଛାଡ଼ି ଜନବସତି ମଧ୍ୟକୁ ପ୍ରବେଶ କରୁଥିବାରୁ ସାଧାରଣ ଜୀବନଯାତ୍ରା ଗଭୀର ଭାବେ ପ୍ରଭାବିତ ହୋଇଛି। ନିଜ ପରିବାର ଓ ଗାଁକୁ ସୁରକ୍ଷିତ ରଖିବା ପାଇଁ ଗ୍ରାମବାସୀମାନେ ଏକାଠି ହୋଇ ରାତିସାରା ନିଆଁ ଜାଳି ଓ ଟର୍ଚ୍ଚ ମାରି ପହରା ଦେଉଛନ୍ତି। ତୁରନ୍ତ ବନ ବିଭାଗ ଏଥିରେ ହସ୍ତକ୍ଷେପ କରି ହାତୀପଲଙ୍କୁ ଗଭୀର ଜଙ୍ଗଲକୁ ଘଉଡ଼ାଇବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରିବାକୁ ସ୍ଥାନୀୟ ଲୋକେ ଦୃଢ଼ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL