ଓଡ଼ିଶା

ବ୍ଲୁ ଲେକ୍ ରେ ବୁଡିଗଲେ ୩ ଛାତ୍ର : ଦୁଇ ନିଖୋଜ, ଜଣେ ଉଦ୍ଧାର

ନୀଳଗିରି : ନୀଳଗିରିରେ ମିତ୍ରପୂର୍ ନିକଟ ବ୍ଲୁ ଲେକ୍ ପୁଣି ପାଲଟିଲା କାଳ।   ତିନି ଛାତ୍ର ବୁଲିବାକୁ ଆସି ପାଣିରେ ବୁଡି ଦୁଇ ନିଖୋଜ ।  ରେମୁଣା କଲେଜରେ ପଢୁଥିବା ତଥା ଭଦ୍ରକ ଅଞ୍ଚଳର ରୋଶନ ନାୟକ ସୁରକ୍ଷିତ ଅଛନ୍ତି ।  ନୀଳଗିରି ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ।  ନିଖୋଜ ଥିବା ଦୁଇ ଛାତ୍ର ହେଲେ ଜଣେ ଭଦ୍ରକ ଅଞ୍ଚଳର ଅଂଶୁମାନ ପାତ୍ର ଓ ଜଣେ ବାରିପଦା ଅଞ୍ଚଳର ଭବିଷ୍ୟ ପାତ୍ର ବୋଲି ସୂଚନା ମିଳିଛି ।  ତେବେ ନିଖୋଜ ଦୁଇ ଜଣ ଛାତ୍ର ଫକିର ମୋହନ କଲେଜର ଛାତ୍ର ବୋଲି ସୂଚନା ମିଳିଛି  । ଘଟଣାସ୍ଥଳରେ ନୀଳଗିରି  ପୋଲିସ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜା ଖୋଜି କରୁଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL