ଜାତୀୟ

ଅର୍କେଷ୍ଟ୍ରା ଦେଖୁଥିବା ବେଳେ ଚଢିଗଲା ବସ୍, ୫ ମୃତ ଓ ଅନେକ ଆହତ

ବିହାର: ବିହାରର ପଶ୍ଚିମୀ ଚମ୍ପାରଣରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏକ ବସ୍ ନିୟନ୍ତ୍ରଣ ହରାଇ ଅର୍କେଷ୍ଟ୍ରା ଦେଖୁଥିବା ଲୋକଙ୍କୁ ଧକ୍କା ଦେଇଥିବା ଜଣାପଡିଛି । ଫଳରେ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ କେତେକ ଆହତ ହୋଇଛନ୍ତି । ଏହି ଘଟଣା ଲୌରିଆ ଥାନା ନିକଟରେ ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ, ବାଙ୍କଟୱାର ବାସିନ୍ଦା ଶତ୍ରୁଘ୍ନ ଦୁବେଙ୍କ ଘରେ ଏକ ପିଲାଙ୍କ ଛଥିୟାର ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରାସ୍ତା କଡ଼ରେ ଏକ ଅର୍କେଷ୍ଟ୍ରାର ଆୟୋଜନ କରାଯାଇଥିଲା ଏବଂ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ । ସେହି ସମୟରେ ଗୋରଖପୁରରୁ ବେଟିଆହ ଯାଉଥିବା ଏକ ଯାତ୍ରୀବାହୀ ବସ୍ ସାମ୍ନାରୁ ଆସୁଥିବା ଟ୍ରକ୍ ସହିତ ଧକ୍କା ହେବାରୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ନିୟନ୍ତ୍ରଣ ହରାଇ ସିଧାସଳଖ ଭାବେ ଅର୍କେଷ୍ଟ୍ରା ଦେଖୁଥିବା ଲୋକ ଗହଳିରେ ପଶିଯାଇଥିଲା । ଯାହା ଦ୍ବାରା ୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଲୌରିଆ ପୋଲିସ ଷ୍ଟେସନର ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଆହତମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ବେଟିଆହ ଜିଏମସିଏଚ୍ ସ୍ଥାନାନ୍ତର କରାଯାଇଥିଲା । ହେଲେ ପୋଲିସ ପକ୍ଷରୁ ଏହି ୫ ଜଣ ମୃତ୍ୟୁକୁ ଅଫିସିଆଲ ଭାବେ ସ୍ପଷ୍ଟ କରାଯାଇନାହିଁ ।

ଅନ୍ୟପଟେ ପୋଲିସ୍ ମୃତକଙ୍କୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି । ହେଲେ ଏପର୍ଯ୍ୟନ୍ତ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡିନାହିଁ । ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ବସ୍ ଏବଂ ଟ୍ରକ୍ ଭଙ୍ଗାରୁଜା କରିଥିଲେ । ଏଥିସହ ନାରକଟିଆଗଞ୍ଜ ଏସଡିପିଓ ଜୟପ୍ରକାଶ ସିଂ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ଶାନ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL