ଓଡ଼ିଶା

ବିଦ୍ୟୁତ୍ ଆଘାତରେ ଦୁଇ ଯୁବ ଚାଷୀ ମୃତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ସଦର ଥାନା ବେନୁଖଣ୍ଡା ଗ୍ରାମରେ ଅଘଟଣ ।  ବିଲରେ କାମ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ଦୁଇ ଯୁବକଙ୍କ ମୃତ୍ୟୁ ।  ମୃତକ ଦୁଇଜଣ ହେଲେ ଅଜୟ କୁମାର ସାହୁ ଓ ସାଗର ଭୋଇ। ସୂଚନା ଅନୁସାରେ,  ବିଲରେ ଟ୍ରାକ୍ଟର ଯୋଗେ ହଳ  କରି ଫେରୁଥିବା  ସମୟରେ ଟ୍ରାକ୍ଟରର ରୋଟର  ମାଟି ତଳେ ଲିପ୍ଟ ଇରିଗେଶନ  ପମ୍ପକୁ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲା।

ଫଳରେ ଦୁଇ ଯୁବକ ବିଦ୍ୟୁତ୍ ଆଘାତରେ ଘଟଣାସ୍ଥଳରେ ପଡ଼ିଯାଇଥିଲେ । ଘଟଣା ଦେଖି ସ୍ଥାନୀୟ ଲୋକେ ବିଦ୍ୟୁତ୍ ସଂଯୋଗ କାଟି ଦୁଇଜଣଙ୍କୁ ଉଦ୍ଧାର କରି ଜଗତସିଂହପୁର ସଦର ମେଡିକାଲକୁ ନେଇଥିଲେ ।  ତେବେ ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବିଦ୍ୟୁତ୍ ବିଭାଗର ଅବହେଳା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମୃତକଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ସହ ଘଟଣାର ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL