ପୁରୀ : ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ । ପୁରୀ କୁମ୍ଭାରପଡ଼ାରେ ହଇଚଇ । ଭଡ଼ାଘରର ରୋଷେଇ ଘରର ସ୍ଲାବ ତଳେ ଶବ ପୋତି ଦେଇଥିବା ସନ୍ଦେହ କରିଛନ୍ତି ଘର ମାଲିକ । ଘର ମାଲିକ ମନୋରମା ସାହୁଙ୍କ ସୂଚନା ଅନୁଯାୟୀ ଦୁଇ ମାସ ତଳେ ଜଣେ ମାଆ ଏବଂ ପୁଅ ଆସି ତାଙ୍କ ଘରେ ଆସି ଭଡ଼ା ରହିଥିଲେ । ଗତକାଲି ଠାରୁ ପୁଅ ଜଣଙ୍କ ଫେରାର ମାରିଥିବା ବେଳେ ମାଆ ଜଣଙ୍କର ପତ୍ତା ନାହିଁ । ତେବେ ସେ ଭଡ଼ା ରହୁଥିବା ରୋଷେଇ ଘରୁ ପ୍ରବଳ ଗନ୍ଧ ଆସିବାରୁ ସନ୍ଦେହ ହୋଇଥିଲା । ରୋଷେଇ ଘର ସ୍ଲାବ ତଳେ ତାଙ୍କୁ ପ୍ଲାଷ୍ଟର କରିଦେଇଥିବା ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ । ତେବେ ଚଟାଣରେ ଆସି ପାଣି ବର୍ଜ୍ୟ ଭାସୁଥିବା ବେଳେ ସେଥିରୁ ଦୁର୍ଗନ୍ଧ ବାହାରୁଛି । ତାହା ଶରୀରଟି ପୋଚି ଯାଉଥିବା ସନ୍ଦେହ କରାଯାଉଛି ।
ମାଆକୁ ମାରି ଘରେ ପ୍ଲାଷ୍ଟର କରିଦେଲା ପୁଅ !









