ଓଡ଼ିଶା

ଏଣିକି ଯୁକ୍ତ ୨ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ବି ଦେବେ ଇଣ୍ଟରନାଲ ପରୀକ୍ଷା

ଭୁବନେଶ୍ୱର: ଯୁକ୍ତ ୨ ପରୀକ୍ଷା ବ୍ୟବସ୍ଥାରେ ଆସିଲା ନୂଆ ନିୟମ। ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀମାନେ ମଧ୍ୟ ଇଣ୍ଟରନାଲ ପରୀକ୍ଷା ଦେବେ। ଥରେ ଇଣ୍ଟରନାଲ ପରୀକ୍ଷା ଦେଇଥିଲେ, ସେହି ମାର୍କକୁ ତିନି ବର୍ଷ ପର୍ଯ୍ୟନ୍ତ ବୈଧ ରଖାଯିବ। ତେବେ ତିନି ବର୍ଷ ମଧ୍ୟରେ ପରୀକ୍ଷାର୍ଥୀ କୃତକାର୍ଯ୍ୟ ନ ହେଲେ ପୁଣିଥରେ ଇଣ୍ଟରନାଲ ପରୀକ୍ଷା ଦେବାକୁ ପଡ଼ିବ।ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE)ର ସିଲାବସ କମିଟି ବୈଠକରେ ଏହି ନୂଆ ନିୟମକୁ ଅନୁମୋଦନ ମିଳିଛି। ନିୟମଟି ୨୦୨୭ ମସିହାରୁ ଲାଗୁ ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।ନୂଆ ବ୍ୟବସ୍ଥା ଅନୁଯାୟୀ, ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କୁ ମଧ୍ୟ ଇଣ୍ଟରନାଲ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ କରାଯିବ। ଥରେ ଇଣ୍ଟରନାଲ ପରୀକ୍ଷା ଦେଇ ପାଇଥିବା ମାର୍କ ପରବର୍ତ୍ତୀ ତିନି ବର୍ଷ ପାଇଁ ବୈଧ ରହିବ। ଫଳରେ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କୁ ପ୍ରତିଥର ଇଣ୍ଟରନାଲ ପରୀକ୍ଷା ଦେବାର ଆବଶ୍ୟକତା ରହିବ ନାହିଁ।ତେବେ ଧାର୍ଯ୍ୟ ତିନି ବର୍ଷ ମଧ୍ୟରେ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ନ ହେଲେ ତାଙ୍କୁ ପୁଣିଥରେ ଇଣ୍ଟରନାଲ ପରୀକ୍ଷା ଦେବାକୁ ହେବ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL