ଓଡ଼ିଶା

ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

ଭିତରକନିକା: କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ ଗୁରୁବାରଠାରୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ରିପୋର୍ଟ ଅନୁଯାୟୀ, ଚାରି ଦିନିଆ ଗଣନାରେ ସ୍ଥାନୀୟ ପ୍ରଜାତି ଏବଂ ସେମାନଙ୍କ ସଂଖ୍ୟା ରେକର୍ଡ ଓ ତାଲିକାଭୁକ୍ତ କରାଯିବ। ଗୁରୁବାର ବନ ବିଭାଗ ଦ୍ୱାରା ପକ୍ଷୀ ଗଣନା ଆରମ୍ଭ ହୋଇଛି। ତେବେ ଏହା ପ୍ରତିଦିନ ସକାଳ ୬ଟାରୁ ଆରମ୍ଭ ହୋଇ ଅପରାହ୍ନ ୧୨ଟା ମଧ୍ୟରେ ଅନୁଷ୍ଠିତ ହେବ।

ଚଳିତ ବର୍ଷ ଗଣନା କରିବା ପାଇଁ ବନ ବିଭାଗର ୩ ଟିମକୁ ନିୟୋଜିତ କରାଯାଇଛି। ଏହି ଚାରି ଦିନିଆ ପକ୍ଷୀ ଗଣନା ରବିବାର ଶେଷ ହେବ। ଅଧିକାରୀମାନେ କହିଛନ୍ତି ଯେ ଏହି ଦଳରେ ଥିବା ୨୫୦ ଜଣ କର୍ମଚାରୀ ଭିତରକନିକାର ବିଭିନ୍ନ ସ୍ଥାନରେ ଗେଣ୍ଡାଳିଆ, ଦାବେଣ୍ଟିଆ, ଅଞ୍ଜନା, ଖଇରା, ୱାଟରହେନ, ମିଡିଲ୍ ଇଗ୍ରେଟ୍, ଲିଟିଲ୍ ଇଗ୍ରେଟ୍, ରାଣୀ ବଗ୍, କପର ଖାଇ, ଅନ୍ଧାରିଆ ବଗ୍ ସମେତ ୧୬ ପ୍ରକାରର ସ୍ଥାନୀୟ ପକ୍ଷୀ ପ୍ରଜାତି ଗଣନା କରିବେ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL