ଓଡ଼ିଶା

ଜେଲ୍ ଗଲେ ଚୌଦ୍ୱାର ଜେଲ୍‌ ସୁପରିଟେଣ୍ଡେଣ୍ଟ

କଟକ: ଗିରଫ ହେଲେ ଜେଲ ଅଧୀକ୍ଷକ । ଚୌଦ୍ଵାର ମଣ୍ଡଳ କାରାଗାର ସୂପରିଟେନ୍ଦେଣ୍ଟ ସୁଜିତ୍ ରାଉଳ ଗିରଫ । ଗିରଫ କଲା ଚୌଦ୍ଵାର ଥାନା ପୋଲିସ । ନିକଟ ଅତୀତରେ ସୁଜିତ୍ ରାଉଳଙ୍କ ଉପରୁ ଅନ୍ତରୀଣ ସୁରକ୍ଷା ହଟାଇ ଦେଇଥିଲେ ହାଇକୋର୍ଟ । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ସୁଜିତ୍ । ତାଙ୍କ ବିରୁଦ୍ଧରେ ଚୌଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ତତ୍କାଳୀନ ଜେଲର ସନ୍ତୋଷୀନି ଦାସ । ଇନ୍ ଆଉଟ୍ ରେଜିଷ୍ଟର ଏବଂ ମିନିଟ୍ ବୁକ୍ ରେ ଜାଲିଆତି ଅଭିଯୋଗ ଆଣିଥିଲେ ଜେଲର୍ । ଚୌଦ୍ଵାର ଜେଲରୁ ଦୁଇ ଅପରାଧୀ ଫେରାର ହେବା ପରେ ମୁଣ୍ଡ ଟେକି ଥିଲା ବିବାଦ ।

ଗତ ଜାନୁଆରୀ ମାସରେ ଚୌଦ୍ୱାର ସର୍କଲ ଜେଲ ସିନିୟର୍ ସୁପରିଟେଣ୍ଡ ସୁଜିତ କୁମାର ରାଉଳଙ୍କ ବିରୁଦ୍ଧରେ ଚୌଦ୍ୱାର ଥାନାରେ ଏତଲା ଦେଇଥିଲେ ଚୌଦ୍ଵାର ମଣ୍ଡଳ କାରାଗାରର ପୂର୍ବତନ ଜେଲର ସନ୍ତୋସିନି ଦାସ । ନିଜ ପଦବୀର ଅପ ବ୍ୟବହାର, ଦସ୍ତଖତ ଜାଲିଆତି, ଅଫିସ ରେକର୍ଡ ହେରଫେର କରିବା ଆଦି ଏତଲାରେ ଅଭିଯୋଗ ଆଣିଥିଲେ ସନ୍ତୋସିନି।

୨୦୨୫ ମସିହା ଜାନୁଆରୀ ମାସ ଚାରି ତାରିଖ ଦିନ ଏକ ସୁନା ଦୋକାନରୁ ଦିନ ଦ୍ବିପ୍ରହରରେ ଲୁଟ ଉଦ୍ୟମ ହୋଇଥିଲା ।  ଚାରି ବିହାରୀ ଅପରାଧିଙ୍କ ଲୁଟ ଉଦ୍ୟମକୁ ବିଫଳ କରିଥିଲେ ସ୍ଥାନୀୟ ଲୋକେ । ଲୋକଙ୍କ ଠାରୁ ବର୍ତ୍ତିବା ପାଇଁ ଅପରାଧି ଗୁଳି ଚଳାଇ ଦୁଇ ଜଣ ନୀରିହ ଲୋକଙ୍କ ଜୀବନ ନେଇଥିଲେ । ନୀଳମାଧବ ପଣ୍ଡା ଓ ଅନିଲ ରାୟ ଦୁଇ ସ୍ଥାନୀୟ ଯୁବକଙ୍କୁ ହତ୍ୟା କରି ଫେରାର ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଥିଲେ ଦୁଇ ଅପରାଧୀ । ଲୋକଙ୍କ କବଳରୁ ପୋଲିସ ଅପରାଧିଙ୍କୁ ମୁକୁଳାଇ ଗିରଫ କରି ଜେଲ୍ ପଠାଇଥିଲା ।

ଘଟଣାର ୯ ମାସ ପରେ ଗତ ବର୍ଷ ଅକ୍ଟୋବର ମାସ ୩ ତାରିଖରେ ରାଜ୍ୟର ସବୁଠାରୁ ସୁରକ୍ଷିତ ଚୌଦ୍ବାର ସର୍କଲ ଜେଲରୁ ଫେରାର ହେବାରେ ସକ୍ଷମ ହେଲେ ଡକାୟତ ମଧୁକାନ୍ତ ଓ ରାଜା ସାହାଣୀ । ଏବେ ଏହି ଘଟଣାକୁ ନିଜ ଏତଲାରେ ଦର୍ଶାଇ ଥିଲେ ସନ୍ତଶିନି। ଜେଲ ସିନିୟର୍ ସୂପରିଟେଣ୍ଟ ସୁଜିତ୍ କୁମାର ରାଉଳଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ, ଚୌଦ୍ବାର ଜେଲର ପୂର୍ବତନ ଜେଲର ସନ୍ତୋସିନି ଦାସ । ଦସ୍ତଖତ ଜାଲିଆତି, ଅଫିସ ରେକର୍ଡ ହେରଫେର ଅଭିଯୋଗରେ ଚୌଦ୍ବାର ଥାନାରେ ଏତଲା ଦେଇଛନ୍ତି । ସନ୍ତୋସିନୀ ଙ୍କ ଅଭିଯୋଗ ମୁତାବକ ଗତ ଅକ୍ଟୋବର ୨ ତାରିଖ ଦିନ ସି ସି ଟି ଭି ଫୁଟେଜ ଅନୁଯାୟୀ ସୁପରିଟେଣ୍ଟ ଜେଲକୁ ସକାଳେ ଏକ ଘଣ୍ଟା ପାଇଁ ଆସି ପଳାଇଯାଇଥିଲେ ।

ଅଫିସ୍ ରେକଡ୍ ଅନୁସାରେ ସେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଜେଲ୍ ରେ ଥିଲେ । ଚଂପଟ ମାରିବାର ଘଟଣା ତଦନ୍ତ ହେଲା ପରେ ସୂପରୀଟେଣ୍ଟ ଜେଲରଙ୍କ ଜାଲ ଦସ୍ତଖତ କରି ଜେଲର ଙ୍କ ପରାମର୍ଶରେ ଛୁଟି ନେଇ ଖୋର୍ଦ୍ଧା ଯାଇଥିଲେ ବୋଲି ଦର୍ଶାଇ ଥିଲେ। ଏହା ସହ ସନ୍ତୋସିନୀଙ୍କ କହିବା ମୁତାବକ ଗୋଟେ ମଣିଷ ସିସିଟିଭି ଫୁଟେଜ ମୁତାବକ ଜେଲ ରେ ୧ ଘଣ୍ଟା ଥିଲେ ପରେ ତଦନ୍ତ ବେଳେ ଖୋର୍ଦ୍ଧା ଯାଇଥିଲେ ତ କିପରି ଭାବରେ ଅଫିସ ଗେଟ ଇନ୍ ଆଉଟ୍ ରେଜିଷ୍ଟର ରେ ସନ୍ଧ୍ୟା ପର୍ଯ୍ୟନ୍ତ ଜେଲ ରେ ଥିଲେ । ଏହାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚୌଦ୍ବାର ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL