ଓଡ଼ିଶା

ପ୍ରକାଶ ପାଇଲା ଓଡ଼ିଶାର ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ୱର:ଓଡ଼ିଶାରେ ‘ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)-୨୦୨୬’ ପ୍ରକ୍ରିୟା ଶେଷ ହେବା ପରେ ଆଜି ଆନୁଷ୍ଠାନିକ ଭାବେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏହି ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପୂର୍ବରୁ ରାଜ୍ୟର ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପାଲନ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ଯେ, ବୈଠକ ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଲନ ଉପସ୍ଥିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକାର ଗୋଟିଏ ଲେଖାଏଁ ଅବିକଳ ସଫ୍ଟ/ହାର୍ଡ କପି ପ୍ରଦାନ କରିଥିଲେ।ଭୋଟର ତାଲିକାକୁ ସ୍ୱଚ୍ଛ, ତ୍ରୁଟିମୁକ୍ତ ଓ ସର୍ବସାଧାରଣଙ୍କ ପାଇଁ ଗ୍ରହଣୀୟ କରିବା ଉଦ୍ଦେଶ୍ୟରେ ଏହି ସଘନ ସଂଶୋଧନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ନୂତନ ଯୋଗ୍ୟ ଭୋଟରଙ୍କ ନାମ ସାମିଲ, ମୃତ ଓ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍‌ ଦେବା ଏବଂ ଆବଶ୍ୟକୀୟ ସଂଶୋଧନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଏହି ଅନ୍ତିମ ତାଲିକା ଚୂଡ଼ାନ୍ତ କରାଯାଇଛି। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସମସ୍ତ ଦଳର ସହଯୋଗ ବଜାୟ ରଖିବା ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଏହି ଆଲୋଚନା କରାଯାଇଥିବା ନେଇ ବୈଠକରେ ସୂଚନା ଦିଆଯାଇଛି।ସ୍ୱତନ୍ତ୍ର ସଘନ ସଂଶୋଧନ , ୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରରେ ପ୍ରଦର୍ଶିତ କରାଯାଇଛି। ଏହା ୨୧.୦୯.୨୦୨୬ରୁ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (EROs) ଏବଂ ସହକାରୀ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AEROs)ଙ୍କ କାର୍ଯ୍ୟାଳୟରେ ସାଧାରଣ ଜନତାଙ୍କ ପରିଦର୍ଶନ ପାଇଁ ମଧ୍ୟ ଉପଲବ୍ଧ ରହିବ। ଚୂଡ଼ାନ୍ତ ଭୋଟର ତାଲିକାର ନକଲ ମାନ୍ୟତାପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ମଧ୍ୟ ପ୍ରଦାନ କରାଯାଇଛି। ଏହା ସହିତ ଚୂଡ଼ାନ୍ତ ଭୋଟର ତାଲିକା ନିର୍ବାଚନ କମିଶନ ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ୍‌ଗୁଡ଼ିକରେ ଯଥା: https://voters.eci.gov.in ଏବଂ https://ceoodisha.nic.in  ମଧ୍ୟ ଉପଲବ୍ଧ ହୋଇଛି।

ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପଲନ ଙ୍କ ସମେତ ଅତିରିକ୍ତ ସିଇଓ  ଶ୍ରୀ ସୁଶାନ୍ତ କୁମାର ମିଶ୍ର, ବିତ୍ତ ପରାମର୍ଶଦାତ୍ତା ସଞ୍ଜୟ କୁମାର ଲୁଗୁନ, ଯୁଗ୍ମ ସିଇଓ ଶ୍ରୀ ଗୋପୀନାଥ କୁଅଁର, ଡେ଼ପୁଟି ସିଇଓ ଡ.ଲକ୍ଷ୍ମୀପ୍ରସାଦ ସାହୁ ,ଡେ଼ପୁଟି ସିଇଓ ଶ୍ରୀମତୀ ଅନାମିକା ସିଂ, ଡେ଼ପୁଟି ସେକ୍ରେଟାରୀ ଶ୍ରୀଯୁକ୍ତ ଦିନମଣୀ ନାଏକ ଓ ପ୍ରଶାସନିକ ଅଧିକାରୀ ଶାଶ୍ୱତ ପ୍ରଧାନ ଙ୍କ ସମେତ ସମସ୍ତ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL