ଓଡ଼ିଶା

ଟ୍ରେନ ଧକ୍କାରେ ଦୁଇ ମହିଳା ମୃତ

ବାଲେଶ୍ବର : ଟ୍ରେନ ଧକ୍କାରେ ଦୁଇ ମହିଳା ମୃତ । ବାଲେଶ୍ବର ଜିଲ୍ଲା ବସ୍ତା ଷ୍ଟେସନ ନିକଟରେ ଟ୍ରେନ ଧକ୍କାରେ ୨ ମହିଳାଙ୍କ ମୃତ୍ୟୁ । ମୃତ ମହିଳାଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ । ତେବେ ଏହା ଦୁର୍ଘଟଣା ନା ଆଉ କିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ରେଳ କର୍ମଚାରୀ ଓ ସମ୍ପୃକ୍ତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ୨ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇ ଶବ ବ୍ଯବଚ୍ଛେଦ ପାଇଁ ପଠାଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିବା ପରେ ହିଁ ଘଟଣା ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିବ କହିଛି ପୋଲିସ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL