ଓଡ଼ିଶା

ଲଗାଣ ବର୍ଷାରେ ଉବୁଟୁବୁ ବ୍ରହ୍ମପୁର ସହର: ଘର ଭିତରେ ଆଣ୍ଠୁଏ ପାଣି, ଲୋକେ ହନ୍ତସନ୍ତ

ବ୍ରହ୍ମପୁର: ଲଗାଣ ବର୍ଷାରେ ଉବୁଟୁବୁ ବ୍ରହ୍ମପୁର ସହର। ଅବିଶ୍ରାନ୍ତ ବର୍ଷା ଯୋଗୁ ସହରର ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିଛି । ଗାନ୍ଧୀ ନଗର, ଫାଷ୍ଟ ଗେଟ୍ ସମେତ ବିଭିନ୍ନ ସାହିରେ ରାସ୍ତାଘାଟଠାରୁ ଆରମ୍ଭ କରି ଲୋକଙ୍କ ଘର ଭିତରେ ମଧ୍ୟ ପାଣି ପଶିଛି । କେତେକ ଅଞ୍ଚଳରେ ଘର ଭିତରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିବାରୁ ଲୋକେ ରାତି ସାରା ହନ୍ତସନ୍ତ ହୋଇଛନ୍ତି । ବର୍ଷାଜଳ ସହ ନର୍ଦ୍ଦମା ପାଣି ଘର ଭିତରକୁ ପଶିବା ଯୋଗୁ ଅନେକ ପରିବାରର ଆସବାବପତ୍ର ଓ ଘରୋଇ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡ଼ିଛି ।

ଅନ୍ୟପଟେ, ଜଳବନ୍ଦୀ ସ୍ଥିତିକୁ ନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । କମିଶନର ବିଭିନ୍ନ ଜଳମଗ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଜମି ରହିଥିବା ପାଣିକୁ ଶୀଘ୍ର ନିଷ୍କାସନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ତେବେ ଲଗାଣ ବର୍ଷା ଜାରି ରହିଲେ ସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା ରହିଛି । ଜଳବନ୍ଦୀ ଅଞ୍ଚଳରେ ଲୋକଙ୍କ ଯାତାୟାତ ଓ ଦୈନନ୍ଦିନ ଜୀବନ ମଧ୍ୟ ପ୍ରଭାବିତ ହୋଇଛି । ଏବେ ପାଣି କେବେ ସମ୍ପୂର୍ଣ୍ଣ ନିଷ୍କାସନ ହେଉଛି, ତାହାକୁ ଅପେକ୍ଷା କରିଛନ୍ତି ସହରବାସୀ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL