କେନ୍ଦୁଝର: ବାଇକକୁ ଧକ୍କା ଦେଲା ଟ୍ରକ । ଦମ୍ପତିଙ୍କ ମୃତ୍ୟୁ। କେନ୍ଦୁଝର ଟାଉନ ଥାନା ଧୁରପଦରେ ଭୟାବହ ଦୁର୍ଘଟଣା । ସୂଚନା ଅନୁଯାୟୀ, ବାଇକରେ ଦମ୍ପତି ଯାଉଥିବା ବେଳେ ଧୁରପଦା ନିକଟରେ ଏକ ଟ୍ରକ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିନାହିଁ । ଗାଡିଟି ତେଲକୋଇ ବ୍ଲକ ଜଗମୋହନ ଅଞ୍ଚର ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ଟ୍ରକଟି ଫେରାର ହୋଇଯାଇଛି। ମୃତଦେହକୁ ଜବତ କରି ତଦନ୍ତ କରୁଛି କେନ୍ଦୁଝର ଟାଉନ ଥାନା ପୋଲିସ ।
ସୂଚନା ଅନୁଯାୟୀ, ଏକ ଦମ୍ପତି ବାଇକ୍ ଯୋଗେ ଯାଉଥିବା ବେଳେ ଧୁରପଦା ନିକଟରେ ହଠାତ୍ ଏକ ଟ୍ରକ୍ ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ, ବାଇକରେ ଥିବା ଉଭୟ ରାସ୍ତାରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା ।
ପ୍ରାଥମିକ ସୂଚନା ଅନୁସାରେ, ଦୁର୍ଘଟଣା ଘଟାଇଥିବା ଟ୍ରକଟି ତେଲକୋଇ ବ୍ଲକର ଜଗମୋହନ ଅଞ୍ଚଳର ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଫେରାର ଟ୍ରକକୁ ଧରିବା ପାଇଁ ପୋଲିସ ତଦନ୍ତ ଚଳାଇଛି । ଏହି ଘଟଣାକୁ ନେଇ ଧୁରପଦା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।








