ଓଡ଼ିଶା

ଉମରକୋଟ କଲେଜରେ ପ୍ରାକ୍ ନିର୍ବାଚନୀ ହିଂସା, ଅଣଛାତ୍ରଙ୍କୁ ଛୁରାମାଡ଼

ଉମରକୋଟ: ନବରଙ୍ଗପୁର ଜିଲ୍ଲାର ଉମରକୋଟରେ କଲେଜ ନିର୍ବାଚନକୁ କେନ୍ଦ୍ର କରି ଉତ୍ତେଜନା । କଲେଜରେ ଛାତ୍ର ସଂସଦ ନିର୍ବାଚନ ପ୍ରସ୍ତୁତି ବେଳେ କଲେଜ କ୍ୟାମ୍ପସ ବାହାରେ ଗତକାଲି ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଦୁଇ ଅଣଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ଦୀପକମଲ ମହାପାତ୍ର ନାମକ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଦୀପକମଲଙ୍କୁ ପ୍ରଥମେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ଦେଖାଦେଇଛି। ଉମରକୋଟ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି। ଆକ୍ରମଣର ପ୍ରକୃତ କାରଣ କ’ଣ ଏବଂ ଏଥିରେ କେଉଁମାନେ ସମ୍ପୃକ୍ତ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

ଅଭିଯୋଗ ଅନୁସାରେ, ଅଭିଷେକ ପଣ୍ଡା ନାମକ ଜଣେ ଯୁବକଙ୍କୁ ଅନ୍ୟ ଗୋଷ୍ଠୀର କିଛି ଯୁବକ ଡିଏନକେ ଅଞ୍ଚଳରେ ଆକ୍ରମଣ କରିଥିଲେ। ଏହାକୁ ନେଇ ଦୀପକମଲ ମହାପାତ୍ରଙ୍କ ଗୋଷ୍ଠୀ ପକ୍ଷରୁ ଡିଏନକେସ୍ଥିତ ତ୍ରିନାଥ ମନ୍ଦିର ନିକଟରେ ଆଲୋଚନା ଚାଲିଥିଲା। ଏହି ସମୟରେ ପ୍ରାୟ ୩୦ରୁ ୪୦ ଜଣ ଯୁବକ ସେଠାରେ ପହଞ୍ଚି ଅତର୍କିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଏହି ଆକ୍ରମଣ ସମୟରେ ଦୀପକମଲ ମହାପା  ତ୍ରଙ୍କୁ ଛୁରି ଓ ଭୁଜାଲିରେ ଆକ୍ରମଣ କରାଯାଇଥିଲା। ତାଙ୍କ ପେଟ, ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL