ଓଡ଼ିଶା

ରେଳ ଲାଇନରେ ଶୋଇ ଭିଡିଓ ବନାଇବା ବେଳେ ଚାଲିଗଲା ନାବାଳକର ଜୀବନ

ବୌଦ୍ଧ: ରେଳ ଲାଇନରେ ଶୋଇ ଷ୍ଟଣ୍ଟ ଭିଡିଓ ବନାଇ ଭାଇରାଲ ହୋଇଥିଲେ । ଏହାକୁ ନେଇ ପୋଲିସ ଗତବର୍ଷ ଜୁଲାଇ ମାସରେ ପୋଲିସ ନାବାଳକଙ୍କୁ ତାଗିଦ ବି କରିଥିଲା । ହେଲେ ଏଥର କିନ୍ତୁ ଆଉ ବର୍ତ୍ତିଲେନି । ସମାନ ଢଙ୍ଗରେ ରେଳଲାଇନରେ ଶୋଇ ଭିଡିଓ ବନାଇବା ବେଳେ ଚାଲିଗଲା ନାବାଳକର ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ପୁରୁଣାପାଣି ଷ୍ଟେସନ୍ ନିକଟ ରେଳଧାରଣାରେ । ମୃତ ନାବାଳକ ଜଣକ ହେଉଛନ୍ତି ବାଉଁଶୁଣି ଥାନା ତାଳୁପାଳି ଗ୍ରାମର ୧୪ ବର୍ଷୀୟ ଶ୍ରିମୟ ମହାନନ୍ଦିଆ ଓରଫ ରିଙ୍କୁ।

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ରିଙ୍କୁ ଘରୁ ଯାଇଥିବା ବେଳେ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ଏମିତିରେ ପରିବାର ଲୋକେ ଖୋଜାଖୋଜି କରିବାରୁ ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରେଳ ଧାରଣାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତେବେ ରିଙ୍କୁ କେଉଁ ପରିସ୍ଥିତିରେ ରେଳ ଲାଇନକୁ ଯାଇଥିଲେ ଏବଂ କେଉଁ ପରିସ୍ଥିତିରେ ତାଙ୍କର ଏଭଳି ମୃତ୍ୟୁ ହେଲା ତାକୁ ନେଇ ଏବେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ, ନାବାଳକ ଜଣକ ପୁଣି ଥରେ ଭିଡିଓ କରିବାକୁ ଯାଇଥିଲେ କି ନାହିଁ ? ସେନେଇ ତଦନ୍ତ ଜାରି ରହିଛି।

ସୂଚନାଥାଉକି, ପୂର୍ବରୁ ମଧ୍ୟ ରିଙ୍କୁ ଟ୍ରେନ୍ ଆସୁଥିବା ବେଳେ ରେଳ ଧାରଣାରେ ଶୋଇ ଭିଡିଓ କରି ଭାଇରାଲ ହୋଇଥିଲେ। ତାଙ୍କ ସହିତ ଆଉ ଦୁଇ ଜଣ ନାବାଳକ ଏହି ରିଲ୍ ବନାଇବାର ସାହାଯ୍ୟ କରିଥିବା ବେଳେ, ସେହି ସମୟରେ ବଲାଙ୍ଗୀର ରେଳବାଇ ପୋଲିସ ସମସ୍ତଙ୍କୁ ହେପାଜତକୁ ନେଇଥିଲେ । ତେବେ ପୁଣି ହଠାତ୍ ଶୁକ୍ରବାର ତାଙ୍କର ଖଣ୍ଡ ବିଖଣ୍ଡିତ ମୃତଦେହ ସେହି ଅଞ୍ଚଳରୁ ପାଇ ଘଟଣା ସ୍ଥଳରେ ତଦନ୍ତ କରୁଛି ବାଉଁଶୁଣି ପୋଲିସ ଓ ରେଳବାଇ ପୋଲିସ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL