ଓଡ଼ିଶା

ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକର ମୃତଦେହ ଉଦ୍ଧାର

କଟକ: କଟକ ବାଲିଯାତ୍ରା ପଡ଼ିଆ ନିକଟ ମହାନଦୀ କୂଳରୁ ରବିବାର ଜଣେ ୧୫ ବର୍ଷୀୟ ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି। ନାବାଳକର ଶରୀରରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବାର ଅନେକ ଚିହ୍ନ ରହିଛି। ଦୁର୍ଗା ପୂଜା ଉତ୍ସବ ଚାଲିଥିବା ସମୟରେ ଏଭଳି ଘଟଣା ସମଗ୍ର ସହରରେ ଆତଙ୍କ ଖେଳାଇ ଦେଇଛି।

ମୃତ ବାଳକ ଜଣକ ହେଲେ ରାଜା ବଗିଚା ଅଞ୍ଚଳର ସୁମନ୍ତ ସାହୁ। ସେ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ବୋଲି ପୋଲିସ ଚିହ୍ନଟ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ। ଯେଉଁଥିରେ ଏକାଧିକ ଦୁର୍ବୃତ୍ତ ସାମିଲ ଥିଲେ। ଦୁର୍ବୃତ୍ତମାନେ ବାଳକଙ୍କୁ କୌଣସି ବାହାନାରେ ସେହି ନିଛାଟିଆ ନଦୀ କୂଳକୁ ଡାକି ଆଣି ଆକ୍ରମଣ କରିଥିବା ପୋଲିସ ସନ୍ଦେହ କରୁଛି। ଆକ୍ରମଣକାରୀମାନେ ତାଙ୍କ ବେକ ଓ କାନ୍ଧ ନିକଟସ୍ଥ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଘଟଣାସ୍ଥଳରୁ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ରକ୍ତ ଦାଗ ଏବଂ ଗୋଟିଏ ଚପଲ ପଡ଼ିଥିବାର ଦେଖିବାକୁ ମିଳିଛି। କଟକ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଏହାପରେ କଟକ ଡିସିପି ଋଷିକେଶ ଖିଲାରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ତଦନ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL