ଭୁବନେଶ୍ୱର: ଦୀର୍ଘ ଦିନର ପ୍ରତୀକ୍ଷାର ହେଲା ଅନ୍ତ। ପୁଣି ଚଳଚଞ୍ଚଳ ହୋଇଉଠିଛି ଓଡ଼ିଆ ସିନେମା ଜଗତର ଅନ୍ୟତମ ପ୍ରମୁଖ ସ୍ଥାନ କଳିଙ୍ଗ ଷ୍ଟୁଡିଓ। ନବୀକରଣ ପରେ ଦର୍ଶକଙ୍କ ପାଇଁ ଖୋଲିଛି ଷ୍ଟୁଡିଓର ଦ୍ୱାର। ଏଠାରେ ବୁଲିବା ସହ ସ୍ନୋ-ପାର୍କ, 3D ମୁଭି ଏବଂ ଭୂତ ବଙ୍ଗଳାର ମଜା ନେଇପାରିବେ ଦର୍ଶକ। ଅନ୍ୟପଟେ, ଷ୍ଟୁଡିଓରେ ପୁଣି ଆରମ୍ଭ ହୋଇଛି ଓଡ଼ିଆ ସିନେମାର ସୁଟିଂ। କଳିଙ୍ଗ ଷ୍ଟୁଡିଓ ଭିତରକୁ ପ୍ରବେଶ ପାଇଁ ଜଣକ ପିଛା ୨୦ ଟଙ୍କା ଟିକଟ୍ ବାଧ୍ୟତାମୂଳକ। ଏହା ବ୍ୟତୀତ ଷ୍ଟୁଡିଓର ତିନୋଟି ମୁଖ୍ୟ ଆକର୍ଷଣ ପାଇଁ ଅଲଗା ଅଲଗା ଟିକଟ୍ କାଟିବାକୁ ପଡ଼ିବ।
- ସାଧାରଣ ପ୍ରବେଶ: ୨୦ ଟଙ୍କା
- ସ୍ନୋ-ପାର୍କ: ୧୫୦ ଟଙ୍କା
- ମୁଭି ମ୍ୟାଜିକ୍ (3D ମୁଭି): ୧୦୦ ଟଙ୍କା
- ଆଡଭେଞ୍ଚର ଲ୍ୟାଣ୍ଡ (ଭୂତ ବଙ୍ଗଳା): ୨୫ ଟଙ୍କା
ଏହି ତିନୋଟି ଆକର୍ଷଣ ବୁଲିବା ପାଇଁ ମୋଟ ୨୭୫ ଟଙ୍କା ଖର୍ଚ୍ଚ ହେବ। ସାଧାରଣ ପ୍ରବେଶ ଟିକଟ୍କୁ ମିଶାଇଲେ ଜଣେ ଦର୍ଶକଙ୍କୁ ମୋଟ ୨୯୫ ଟଙ୍କା ଦେବାକୁ ପଡ଼ିବ। ପ୍ରତ୍ୟେକ ଆକର୍ଷଣ ପାଇଁ ସ୍ୱତନ୍ତ୍ର ଟିକଟ୍ ବ୍ୟବସ୍ଥା ରହିଛି।









