ଓଡ଼ିଶା

ଇଣ୍ଡୋନେସିଆ ଫେରିଯିବେ ୫ ଓରାଙ୍ଗଉଟାନ !

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ (Orangutans) ଶାବକ ଖୁବ୍‌ଶୀଘ୍ର ନିଜ ଦେଶ ଇଣ୍ଡୋନେସିଆକୁ ଫେରିଯିବେ। ବର୍ତ୍ତମାନ ଏହି ବିରଳ ବନ୍ୟପ୍ରାଣୀମାନେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ୱତନ୍ତ୍ର ଯତ୍ନରେ ଅଛନ୍ତି। ଜାକର୍ତ୍ତାରେ ଥିବା ଭାରତୀୟ ଦୂତାବାସର ସୂଚନା ଅନୁଯାୟୀ, ଦୁଇ ଦେଶ ମଧ୍ୟରେ କୂଟନୈତିକ ଓ ପ୍ରଶାସନିକ ସ୍ତରରେ ଏହି ଓରାଙ୍ଗଉଟାନମାନଙ୍କୁ ଫେରାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ଏହି ଶାବକମାନଙ୍କର ପ୍ରଜାତି ଓ ମୂଳ ସ୍ଥାନର ଯାଞ୍ଚ କରିବା ପାଇଁ ନଭେମ୍ବର ମାସରେ ଇଣ୍ଡୋନେସିଆ ବନ ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ ବନ୍ୟପ୍ରାଣୀ ବିଶେଷଜ୍ଞ ଦଳ ଓଡ଼ିଶା ଗସ୍ତ କରିବେ। ସୂଚନା ଥାଉକି, ସେପ୍ଟେମ୍ବରରେ ବାଲେଶ୍ୱରର ବିଚିତ୍ରପୁର ସମୁଦ୍ରକୂଳିଆ ଜଙ୍ଗଲରୁ ଏହି ୫ଟି କୁନି ଓରାଙ୍ଗଉଟାନଙ୍କୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ଚୋରା ଚାଲାଣକାରୀମାନେ ଏମାନଙ୍କୁ ସେଠାରେ ଛାଡ଼ି ପଳାଇଥିବା ସନ୍ଦେହ କରାଯାଉଛି। କିଏ ଓ କାହିଁକି ଓରାଙ୍ଗଉଟାନଙ୍କୁ ଜଙ୍ଗଲରେ ଛାଡିଛନ୍ତି ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନି। ଏଯାଏଁ ଧରାପଡିନାହାଁନ୍ତି ଅପରାଧୀ।

ତେବେ ସମସ୍ତ ଆଇନଗତ ପ୍ରକ୍ରିୟା ଓ ସାଇଟେସ୍ (CITES) ନିୟମାବଳୀ ଅନୁପାଳନ ପରେ ଏହି ୫ ଶାବକଙ୍କୁ ନିଜ ପ୍ରାକୃତିକ ବାସସ୍ଥଳୀକୁ ପଠାଯିବ। ଏହା ପୂର୍ବରୁ ଗୁଜରାଟରୁ (ଭାନ୍ତାରା) ‘ରକି’ ନାମକ ଏକ ଓରାଙ୍ଗଉଟାନକୁ ସଫଳତାର ସହ ଇଣ୍ଡୋନେସିଆକୁ ଫେରାଇ ଦିଆଯାଇଛି । ୨୦୨୪ ନଭେମ୍ବରରେ ଭାରତରେ ଉଦ୍ଧାର ହୋଇଥିବା ଏହି ଓରାଙ୍ଗଉଟାନ୍‌କୁ ୧୯ ଅକ୍ଟୋବର ୨୦୨୬ରେ ଉଭୟ ଦେଶର ବନ୍ୟପ୍ରାଣୀ ସୁରକ୍ଷା ସଂସ୍ଥା ଏବଂ ବିଲୁପ୍ତପ୍ରାୟ ପ୍ରଜାତିର ଅନ୍ତର୍ଜାତୀୟ ବାଣିଜ୍ୟ ସମ୍ମିଳନୀ (CITES) ପରିଚାଳନା କର୍ତ୍ତୃପକ୍ଷଙ୍କ ସମନ୍ୱିତ ପ୍ରୟାସରେ ଫେରାଇ ଦିଆଯାଇଛି। ଗୁଜରାଟରୁ ପଠାଯାଇଥିବା ଏହି ଓରାଙ୍ଗଉଟାନ୍ ଇଣ୍ଡୋନେସିଆର ମେଦାନସ୍ଥିତ କୁଆଲାନାମୁ ବିମାନବନ୍ଦରରେ ପହଞ୍ଚିଥିଲା । ଏହି ଅବସରରେ ମେଦାନସ୍ଥିତ ଭାରତୀୟ କନସୁଲେଟ୍ ଜେନେରାଲ୍‌ର ଅଧିକାରୀମାନେ ଇଣ୍ଡୋନେସିଆର ବନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱାଗତ ସମାରୋହରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL