ଓଡ଼ିଶା

ସ୍କ୍ରବ୍ ଟାଇଫସ୍‌ରେ ଚାଲିଗଲା ନାବାଳକର ଜୀବନ

କଟକ: ପୁଣି ଜୀବନ ନେଲା ସ୍କ୍ରବ୍ ଟାଇଫସ୍‌ (Scrub Typhus)। ଅନୁଗୋଳ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍‌ (Scrub Typhus) ସଂକ୍ରମଣରେ ଜଣେ ୧୧ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକଜଣକ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଗାଁର ଅଶ୍ୱିନ ସାମଲ ବୋଲି ଚିହ୍ନଟ ହୋଇଛନ୍ତି। କଟକ ଶିଶୁଭବନରେ ଚିକିତ୍ସାଧୀନ ଅବସ୍ଥାରେ ଅଶ୍ୱିନ ସାମଲଙ୍କର ମୃତ୍ୟୁ ଘଟିଛି।

ଅଶ୍ୱିନ ଜ୍ୱରରେ ଆକ୍ରାନ୍ତ ହେବା ପରେ ତାଙ୍କୁ କଟକର ଶିଶୁଭବନ (Sishu Bhawan) ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି । ଏହି ଦୁଃଖଦ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ଏବଂ ସ୍କ୍ରବ୍ ଟାଇଫସ୍‌କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଅଶ୍ୱିନଙ୍କୁ ଜ୍ୱର ହେବାରୁ ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଅଧିକ ଚିକିତ୍ସା ପାଇଁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଥିଲା। ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚିକିତ୍ସା ଚାଲିଥିବା ସତ୍ତ୍ୱେ ଶେଷରେ ଅଶ୍ୱିନଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍‌କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି।

ସ୍କ୍ରବ୍ ଟାଇଫସ୍ କ’ଣ ଓ ଏହାର ଲକ୍ଷଣ:
ଏହା ଏକ ଜୀବାଣୁ ଜନିତ ରୋଗ, ଯାହା ବିଶେଷ କରି ବିଲ, ବୁଦା ବା ଘାସ ଜଙ୍ଗଲରେ ରହୁଥିବା ଏକ ପ୍ରକାର ଛୋଟ ପୋକ ବା ମାଇଟ୍ (Chigger) କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା:

  1. ପ୍ରବଳ ଜ୍ୱର ହେବା ଓ ଶୀତ ଲାଗିବା
  2. ମୁଣ୍ଡବିନ୍ଧା ଏବଂ ଶରୀରରେ ଯନ୍ତ୍ରଣା ହେବା
  3. ପୋକ କାମୁଡ଼ିଥିବା ସ୍ଥାନରେ କଳା ଦାଗ (Eschar) ସୃଷ୍ଟି ହେବା

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL