ଓଡ଼ିଶା

ଲାଞ୍ଚ ମାମଲାରେ ଆର୍‌ଆଇଙ୍କୁ ୪ ବର୍ଷ ଜେଲ୍‌

କଟକ : ଲାଞ୍ଚ ମାମଲାରେ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) ପ୍ରଶାନ୍ତ କୁମାର ନାୟକଙ୍କୁ ୪ ବର୍ଷ ଜେଲ୍‌ଦଣ୍ଡ। ଲାଞ୍ଚ ନେବା ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ।  ଏଥିସହ ଜରିମାନା ମଧ୍ୟ ଦଣ୍ଡାଦେଶ ହୋଇଛି। ଦଣ୍ଡାଦେଶ ପରେ ତାଙ୍କୁ ଜେଲ୍‌ ପଠାଯାଇଛି ।  ପ୍ରଶାନ୍ତ କୁମାର ନାୟକ କିଶନନଗର ତହସିଲ ଅନ୍ତର୍ଗତ ସମିଟଙ୍ଗା ଆର୍‌ଆଇ ସର୍କଲରେ ରାଜସ୍ୱ ନିରୀକ୍ଷକ ଭାବେ କାର୍ଯ୍ୟରତ ଥିବାବେଳେ ବର୍ତ୍ତମାନ ସାଲେପୁର ତହସିଲ ଅନ୍ତର୍ଗତ ସାଲେପୁର ଆର୍‌ଆଇ ସର୍କଲରେ କାର୍ଯ୍ୟରତ ଥିଲେ।

ଜଣେ ଅଭିଯୋଗକାରୀଙ୍କ ସରକାରୀ ଜମି ଜବରଦଖଲ ମାମଲା ଜାରି ରଖିବା ପାଇଁ ସେ ଲାଞ୍ଚ ଦାବି କରିବା ସହ ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା।ଏହି ମାମଲାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନର ଧାରା ୭ ଏବଂ ୧୩(୨) ସହ ୧୩(୧)(ଡି) ଅନୁଯାୟୀ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା।  କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ କଠୋର କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।ପ୍ରଶାନ୍ତ ନାୟକଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟକୁ ପ୍ରସ୍ତାବ ପଠାଯିବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL