ଓଡ଼ିଶା

କାଲି ମିଳିବ ପିଏମ୍ କିଷାନ ଟଙ୍କା; ୩୫ ଲକ୍ଷ ଚାଷୀ ପାଇବେ ୭୦୦ କୋଟି

ଭୁବନେଶ୍ୱର: ପିଏମ୍ କିଷାନ(ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି)ଯୋଜନାର ୨୪ତମ କିସ୍ତି ଶୁକ୍ରବାର ପ୍ରଦାନ କରାଯିବ। ଓଡିଶାର ୩୫ ଲକ୍ଷରୁ ଅଧିକ ଚାଷୀ ଏଥିରେ ଉପକୃତ ହେବେ। ମୋଟ ୭୦୦ କୋଟିରୁ ଅଧିକ ଟଙ୍କା ଚାଷୀଙ୍କୁ ମିଳିବ।

ଓଡ଼ିଶା ପାଇଁ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ଆୟୋଜିତ ହେବ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୫ ଲକ୍ଷ ୩୯ ହଜାର ୨୯୭ ଜଣ ଚାଷୀଙ୍କ ଖାତାକୁ ମୋଟ ୭୦୭,୮୫,୯୪,୦୦୦ ଟଙ୍କା ହସ୍ତାନ୍ତର କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏନେଇ ଗୁଜରାଟର ବନାସକାଣ୍ଠା ଠାରେ ଜାତୀୟସ୍ତରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶବ୍ୟାପୀ ଚାଷୀଙ୍କୁ ଏହି କିସ୍ତି ପ୍ରଦାନ କରିବେ।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL