ଓଡ଼ିଶା

ଗ୍ୟାସ୍ ଫିଲିଂ ବେଳେ କମ୍ପ୍ରେସର ଫାଟି ଜଣେ ମୃତ, ୨ ଗୁରୁତର

ଭୁବନେଶ୍ୱର : ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ବଡ଼ ଅଘଟଣ ।  ଏସି ଗ୍ୟାସ୍ ଫିଲିଂ ବେଳେ ଫାଟିଲା କମ୍ପ୍ରେସର । ବିସ୍ଫୋରଣରେ ମରାମତି କରିବାକୁ ଆସିଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ଆହତଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ ଓ ଅଗ୍ନିଶମ ବାହିନୀ ।  କେଉଁ ପରିସ୍ଥିତିରେ କମ୍ପ୍ରେସର ଫାଟିଲା, ତାହାର କାରଣ ଖୋଜୁଛି ପୋଲିସ ।  ଘଟଣାକୁ ନେଇ ଆରମ୍ଭ ହୋଇଛି ଛାନଭିନ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL