ଓଡ଼ିଶା

ଡାକ୍ତରଖାନାର ଚତୁର୍ଥ ମହଲାରୁ ପଡ଼ି ରୋଗୀ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚାରି ମହଲାରୁ ଖସିପଡିବାରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଗାନ୍ଧିମନ୍ଦିର ରୋଡ୍ ସ୍ଥିତ ୩୫ ବର୍ଷୀୟ ମନୋଜ ଦେହୁରୀ । ମନୋଜ ଖସି ପଡ଼ିଥିଲେ ନା ଡେଇଁ ଆତ୍ମହତ୍ୟା କରିଛନ୍ତି ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ମନୋଜ ଦୁଇ ଦିନ ତଳେ ବାତ ରୋଗ ଓ ଉଚ୍ଚ ରକ୍ତଚାପ ଜନିତ ରୋଗରେ ପୀଡ଼ିତ ହୋଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଗତକାଲି ବିଳମ୍ବିତ ରାତିରେ ସେ ଚିକିତ୍ସାଳୟର ଚାରି ମହଲାରୁ ଖସି ପଡ଼ିଥିଲେ ।

ଚିକିତ୍ସାଳୟରେ ପର୍ଯ୍ୟାପ୍ତ ସୁରକ୍ଷା କର୍ମଚାରୀ ଥାଇ ମଧ୍ୟ ଏଭଳି ଅଘଟଣା କିପରି ଘଟିଲା, ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଢେଙ୍କାନାଳ ଟାଉନ ଥାନା ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଛି ।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL