ଓଡ଼ିଶା

ଭୟଙ୍କର ହେଉଛି ବଙ୍ଗୋପସାଗରରେ ସୃଷ୍ଟ ସିଷ୍ଟମ, ଦକ୍ଷିଣ ଓଡ଼ିଶା ନିକଟରେ ଲ୍ୟାଣ୍ଡଫଲ୍ ଆକଳନ

ଭୁବନେଶ୍ୱର: ଭୟଙ୍କର ହେଉଛି ବଙ୍ଗୋପସାଗରରେ ସୃଷ୍ଟ ସିଷ୍ଟମ। ଆଉ ବାତ୍ୟା ନୁହେଁ, ହେବ ସିଭୟର ସାଇକ୍ଲୋନ । ଅଶାନ୍ତ ହୋଇଗଲାଣି ବଙ୍ଗୋପସାଗର। ବୁଲେଟିନ ଜାରି କରି ଓଡ଼ିଶାକୁ ଆଲର୍ଟ କରାଇଲା IMD। ପ୍ରବଳ ବର୍ଷା ସାଙ୍ଗକୁ ଭୟଙ୍କର ପବନ। ହାଇଆଲର୍ଟରେ ରାଜ୍ୟ ସରକାର। ୧୬ ତାରିଖରେ ସମୁଦ୍ରରେ ନେବ ବାତ୍ୟାର ରୂପ। ଯେହେତୁ ଆଉ ଦୁଇ ଦିନ ସମୁଦ୍ରରେ ରହିବ, ତେଣୁ ଆହୁରି ଶକ୍ତିଶାଳୀ ହେବ ବାତ୍ୟା। ଅଧିକ ବଳୁଆ ହୋଇ ୧୮ ତାରିଖ ବେଳକୁ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଭୀଷଣ ବାତ୍ୟାର ରୂପ ନେବା ପରେ ପବନର ବେଗ ରହିବ ୮୫ରୁ ୯୫ କିମି । ଝଟକା ପବନର ବେଗ ରହିବ ୧୦୫ କିମି।

ଏହାରି ଭିତରେ ଯେଉଁ ଆନ୍ତର୍ଜାତୀୟ ମଡେଲର ଲାଟେଷ୍ଟ ଟ୍ରାକ୍ ଆସିଛି। ତାହା ଅତ୍ୟନ୍ତ ଚିନ୍ତାଜନକ। ଓଡ଼ିଶାକୁ ମହାବିପଦ। ରିପୋର୍ଟରେ ଉଲ୍ଲେଖ ଅନୁସାରେ, NCMRWF, ECMWF ଏବଂ NCEP GFS ଭଳି ପାଣିପାଗ ମଡେଲ୍ଗୁଡ଼ିକ ବାତ୍ୟାର ଗତିପଥ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ରହିବା ନେଇ ଆକଳନ କରିଛନ୍ତି। ଏହି ମଡେଲ୍ ଆକଳନ ଅନୁସାରେ, ସିଷ୍ଟମ୍ଟି ଉପକୂଳ ନିକଟତର ହେବା ସମୟରେ କେନ୍ଦ୍ରୀୟ ବାୟୁଚାପ ୯୮୫ରୁ ୯୯୧ ହେକ୍ଟୋପାସ୍କାଲ୍ ମଧ୍ୟରେ ରହିପାରେ।ବାତ୍ୟାର ଦକ୍ଷିଣ ଓଡ଼ିଶା ନିକଟରେ କରିପାରେ ବୋଲି ୟୁରୋପୀୟ ପାଣିପାଗ ମଡେଲ ECMWF ମଡେଲ ଆକଳନ କରିଛି। ଅର୍ଥାତ ଶ୍ରୀକାକୁଲମରୁ ଗଞ୍ଜାମ ଡେଞ୍ଜର ଜୋନ୍ରେ। ସେହିପରି GFSର ଆକଳନ ଅନୁସାରେ ପଲସା ଓ ଗଞ୍ଜାମ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ।

ସେହିପରି ଲ୍ୟାଣ୍ଡଫଲ ପରେ ଦିଗ ପରିବର୍ତ୍ତନ କରି ଏହା କ୍ରମଶ ଉତ୍ତର ଓ ଉତ୍ତର ପଶ୍ଚିମ ଆଡ଼କୁ ଯାଇପାରେ। ଅର୍ଥାତ ଓଡ଼ିଶା ଭିତରେ ପ୍ରବେଶ କରିବ।କିନ୍ତୁ ICONର ଆକଳନ ଅନୁସାରେ ବାତ୍ୟା ଓଡ଼ିଶା ଉପକୂଳ ନିକଟତର ହୋଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇପାରେ। ଯେହେତୁ ସମୁଦ୍ର ତାପମାତ୍ରା ୨୬.୫ ଡିଗ୍ରୀ ସେଲସିୟସ ଠାରୁ ଅଧିକ ରହୁଛି, ସେଥିପାଇଁ ସିଷ୍ଟମକୁ ଅଧିକ ଘନୀଭୂତ ହେବାକୁ ବଳ ଯୋଗାଉଛି। ବାତ୍ୟା ଯୁଆଡେ ଯାଉ, ଏଥିରୁ ବର୍ତ୍ତିବନି ଓଡ଼ିଶା କାହିଁକିନା ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ହେବ। ୧୮ରୁ ପାଗରେ ପରିବର୍ତ୍ତନ ହେବ କିନ୍ତୁ ୧୯ ଓ ୨୦ ତାରିଖ ବେଶି ବିପଦ। ଅର୍ଥାତ ୪୮ ଘଣ୍ଟା ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଏହି ସମୟରେ ଗଞ୍ଜାମ ଓ ଗଜପତିରେ ୧୬ରୁ ୩୨ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ଆକଳନ ହେବାର ସମ୍ଭାବନା ରହିଛି। ସେହିପରି ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ୮ରୁ ୧୬ ସେଣ୍ଟିମିଟର ବର୍ଷା ହୋଇପାରେ। ସେହିପରି ଖୋର୍ଦ୍ଧା, କଟକ ଓ ନୟାଗଡ଼ରେ ୪ରୁ ୮ ସେଣ୍ଟିମିଟର ବର୍ଷା ହେବାର ସମ୍ଭାବନା ରହିଛି। ନଭେମ୍ବର ୨୧ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିବ । ମଡେଲ୍ ଅନୁସାରେ, ସ୍ଥଳଭାଗ ଅତିକ୍ରମ ପରେ ସିଷ୍ଟମ୍ ଉତ୍ତର-ପୂର୍ବ ଦିଗକୁ ଗତି କଲେ ଓଡ଼ିଶାର ଉତ୍ତର ଉପକୂଳରେ ବର୍ଷା ବଢ଼ିପାରେ। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ୮ରୁ ୧୬ ସେଣ୍ଟିମିଟର ବର୍ଷା ହେବ। ନଭେମ୍ବର ୨୨ ପାଗରେ ସୁଧାର ଆସିବ।

ଏପଟେ ଚାଷୀଙ୍କ ଚିନ୍ତା ବଢ଼ାଇଛି ସମ୍ଭାବ୍ୟ ବାତ୍ୟା। ଏବେ ଧାନ ଅମଳର ସମୟ। କ୍ଷେତରେ ପାଚିଲା ଧାନ ଠିଆ ହୋଇଥିବା ବେଳେ କେଉଁଠି ଅମଳ ଆରମ୍ଭ ହୋଇଛି ତ ଆଉ କେଉଁଠି ଚାଷୀ ଧାନ କାଟିବାକୁ ପ୍ରସ୍ତୁତ ହେଉଛନ୍ତି। ଏଭଳି ସମୟରେ ବାତ୍ୟା ଓ ପ୍ରବଳ ବର୍ଷା ହେଲେ ଧାନ ଫସଲ ନଷ୍ଟ ହେବା ସହ ଅମଳ ହୋଇଥିବା ଧାନ ମଧ୍ୟ ଭିଜିବା ଆଶଙ୍କା ରହିଛି। ତେଣୁ ଚାଷୀଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଚିନ୍ତାଜନକ। ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ବର୍ଷା ଆକଳନ ଉପରେ ନଜର ରଖିବା ସହ ଅମଳ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ଏବେ ଚାଷୀଙ୍କ ପାଇଁ ବଡ଼ ଆହ୍ୱାନ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL