ଓଡ଼ିଶା

ରେଢ଼ାଖୋଲ ଜଙ୍ଗଲରୁ ନିଖୋଜ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ରେଢ଼ାଖୋଲ : ରେଢ଼ାଖୋଲ ଜଙ୍ଗଲରୁ ଜଣେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ।  ୪ ଦିନ ଧରି ଥିଲେ ନିଖୋଜ । ହତ୍ୟା ସନ୍ଦେହରେ ପୋଲିସର ତଦନ୍ତ । ଗତ ୧୩ତାରିଖରୁ ନିଖୋଜ ଥିଲେ ବୌଦ୍ଧର ବ୍ୟବସାୟୀ ବିରୁପାକ୍ଷ ଅଗ୍ରୱାଲ। ମୃତଦେହ ଆଜି ରେଢ଼ାଖୋଲ ଥାନା ମହତପୁର-ତ୍ରିବଣପୁର ରାସ୍ତାର ବଘାରପାଲି ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର ହୋଇଛି। ଘଞ୍ଚ ଜଙ୍ଗଲ ମଧ୍ୟରେ ମୃତଦେହକୁ ଡାଳପତ୍ରରେ ଘୋଡ଼ାଇ ରଖାଯାଇଥିଲା।

ଖବରପାଇ ବୌଦ୍ଧ ଏସପି କୁଳଦୀପ ମୀନା ଓ ରେଢ଼ାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛନ୍ତି। ସାଇଣ୍ଟିଫିକ୍ ଟିମ ସହ ଡଗ୍ ସ୍କ୍ୱାଡ୍ ମଧ୍ୟ ତଦନ୍ତରେ ସାମିଲ ହୋଇଛି। ସୂଚନା ଅନୁସାରେ, ଗତ ଗୁରୁବାର ଜଣେ ବ୍ୟକ୍ତିଙ୍କ ସହ ବାଇକରେ ଆସିବା ପରେ ବିରୁପାକ୍ଷ ଆଉ ଘରକୁ ଫେରି ନଥିଲେ। କଦଳୀଗଡ଼ ଓ ବିଶିପାଲିର ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ତଦନ୍ତ ଆଗକୁ ବଢ଼ାଇଥିଲା। ଏହା ହତ୍ୟାକାଣ୍ଡ କି ଅନ୍ୟ କୌଣସି କାରଣରୁ ମୃତ୍ୟୁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL