ଓଡ଼ିଶା

ଆନ୍ଧ୍ରରେ ବେଶି କ୍ଷତି କରିବ ‘ଅକଭାନ୍’: ଓଡିଶାରେ ପ୍ରବଳ ବର୍ଷିବ, ୭୦କିମି ବେଗରେ ବହିବ ପବନ !

ଭୁବନେଶ୍ଵର: ଆନ୍ଧ୍ରରେ ବେଶି କ୍ଷତି କରିବ ବାତ୍ୟା ଅକବାନ୍। ବଡ ବଡ ଗଛ ଉପୁଡିବା ସହ ଇଲେକ୍ଟ୍ରିକ୍ ଖୁଣ୍ଟ  ଭାଙ୍ଗିପାରେ। ମାଟି ଘର ଓ ଚାଳଛପର ଘର ମଧ୍ୟ ବିଶେଷଭାବେ ପ୍ରଭାବିତ ହେବ। ବାତ୍ୟାର ଅବସ୍ଥିତି ଓ ଗତିପଥ ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆଜି ଭୀଷଣ ବାତ୍ୟା ରୂପ ନେବ। ୧୮ ତାରିଖ ସନ୍ଧ୍ୟାରୁ ଓଡିଶାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ। ୧୯ ତାରିଖ ରାତିରୁ ୨୦ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ୫୦ରୁ ୬୦ କିଲୋମିଟର ପବନରେ ବେଗ ରହିପାରେ। ଏବଂ ଝଟ୍‌କା ପବନର ବେଗ ୭୦ କିଲୋମିଟର ରହିବ। ୧୯ ଓ ୨୦ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୯ରେ ଉତ୍ତର ଓଡିଶାରେ ବର୍ଷା ହେବ। ବାତ୍ୟା ଅକବାନ୍ ର ବାହ୍ୟ ବଳୟ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ। ଏବଂ ୨୦ ତାରିଖରେ ଲ୍ୟାଣ୍ଡଫଲ୍‌ କରିବା ପରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବ।

ଓଡିଶାରେ ପ୍ରବଳ ବର୍ଷା ପାଇଁ ଭୂସ୍ଖଳନ ମଧ୍ୟ ହୋଇପାରେ। ୨୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଯିବାକୁ ବାରଣ ରହିଛି। ଦକ୍ଷିଣ ଏବଂ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବ​‌ଙ୍ଗୋପସାଗର ଉପରେ ରହିଛି ବାତ୍ୟା ଅକବାନ୍। ଏହା ଘଣ୍ଟା ପ୍ରତି ୩ କିଲୋମିଟର ବେଗରେ ଆଗକୁ ବଢୁଛି। ବର୍ତ୍ତମାନ୍ ଏହା ଚେନ୍ନାଇ ଠାରୁ ୬୧୦ କିଲୋମିଟର ଦୂରରେ ରହିଛି। ମଚ୍ଛଲିପଟ୍ଟନମ୍ ଠାରୁ ୬୬୦ , ବିଶାଖାପାଟଣାଠାରୁ ୬୭୦ ଏବଂ ଗୋପାଳପୁରଠାରୁ ୭୯୦ କିଲୋମିଟର ଦୂରରେ ରହିଥିବା ସୂଚନା ମିଳିଛି।  ବାତ୍ୟା ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୮ ତାରିଖରୁ ୪ ଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି।

‘ଅକଭାନ୍’

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL