ଅନ୍ତର୍ଜାତୀୟ ଅର୍ଥନୀତି ବ୍ୟବସାୟ ଓ ବାଣିଜ୍ୟ ଶିଳ୍ପ ଓ ଭିତ୍ତିଭୂମି

ଆମେରିକା ଲୀଳା ଆଦାନିକୁ କାଳ

 

ତାପଟ୍ଟ ବିଦ୍ୟୁତ କେନ୍ଦ୍ରଗୁଡ଼ିକରେ ପ୍ରବଳମାତ୍ରାରେ ଖଣିଜ ଇନ୍ଧନ ବହ‌ନ ହେବାଦ୍ବାରା ବାୟୁମଣ୍ଡଳ ବିଶୃଙ୍ଖଳ ହୋଇ ଅସ୍ବାଭାବିକ ଆଚରଣ କରୁଛି। ସେଥ‌ିପାଇଁ ଓଡିଶା, ଭାରତ ତଥା ପୃଥିବୀର ତାପମାତ୍ରା କ୍ଷୀପ୍ରଗତିରେ ବୃଦ୍ଧିହେବା ଘଟଣା ଓ ଦୁର୍ଘଟଣା ଗତ ପାଞ୍ଚ ବର୍ଷ ଅବଧରେ ବ୍ୟକ୍ତିଗତ ସ୍ତରରେ ସମସ୍ତେ ଅନୁଭବ କରୁଛୁ ତେଣୁ ଖଣିବ ଇନ୍ଧନ ଦଳନକୁ ବିରାମ ଦେଇ ଅକ୍ଷୟ ଶକ୍ତିର ଉତ୍ପାଦନ ଓ ବ୍ୟବହାର ବୃଦ୍ଧି ଉପରେ ବିଶ୍ବ ସମୁଦାୟ ପ୍ରାଥମିକତା ଦେଇ ଆସୁଛନ୍ତି । ଅକ୍ଷୟ ଶକ୍ତି ଉତ୍ପାଦନକୁ ବୃଦ୍ଧି କରିବାପାଇଁ ୨୦୧୧ରେ ଭାରତ ସରକାର ସୋଲାର ଏନର୍ଜି କର୍ପୋରେସନ ଅଫ ଇଣ୍ଡିଆ (SECI) ବା ସେଳି ଗଠନ କଲେ। ଆମେରିକା ସରକାର ଅଭିଯୋଗ କରିଛନ୍ତି, ସେଳି ମାଧ୍ୟମରେ ଆଦାନିର ଖେଳ ଓଡିଶାରୁ ଆରମ୍ଭ ଭାରତ ପାଇଁ କାଳ ହୋଇଛି । ସେଥିପାଇଁ ଆମେରିକା ସରକାର ବଳ ପ୍ରୟୋଗ କରି ଆଦାନ ନାମରେ ୱାରେଣ୍ଟ ଜାରି କରିଛନ୍ତି।

ଘଟଣାଟି ହେଉଛି ଏହିପରି ସେକି, ୮୦୦୦ ମେଗାୱାଳ (୮ ଭିଗାୱାଟ) ସୋଲାର ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଚାରିଫ ଭିଭିକ ଖୋଲା ବଜାର ପ୍ରତିଯୋଗିତା ମୂଳକ ଚେଶର ପ୍ରକ୍ରିୟାରେ ଆବାନି ଗ୍ରୀନ ଏନର୍ଜିକୁ ଚୟନ କଲେ ଓ ପ୍ଲାଣ୍ଟ ସ୍ଥାପନ ପାଇଁ ଅନୁମତି ଦେଲେ। ଉତ୍ପାଦିତ ବିଦ୍ୟୁତକୁ କ୍ରୟ କରିବା ପାଇଁ ସେକି-ଆଦାନ ଚୁକ୍ତି ସମ୍ପାଦନ କରାଗଲା। ପ୍ଲାଣ୍ଡ ପ୍ରତିଷ୍ଠା ପାଇଁ ଆଦାନ ଆବଶ୍ୟକୀୟ ପୁଞ୍ଜି ଆମେରିକା ଚଜାରରୁ ଉଠାଇଲେ। ଉକ୍ତ ୮ ଗିଗାୱାତ ବିଦ୍ୟୁତ ବିକ୍ରୟ ପାଇଁ ସେକି ପ୍ରଥମେ ଓଡିଶାସହ ୫୦୦ ମେଗାୱାଟ ବିଦ୍ୟୁତ ବିକ୍ରୟ ପାଇଁ ୟୁନିତ ପିଛା ୨ ଟଙ୍କା ୭୩ ପଇସା ହିସାବରେ ୦୭.୦୮.୨୦୨୦ରେ ପ୍ରସ୍ତାବ ଚେରେ। ଓଡିଶା ସରକାରଙ୍କ ପକ୍ଷରୁ ଗ୍ରୀଙ୍କୁ ପ୍ରସ୍ତାବଟିକୁ ତର୍ଜମା କରି ୟୁନିଟ ପିଛା ୨ ଘୋ ୬୧ ପରସାରେ ସ୍ଥିର କଲେ । ଆବଶ୍ୟକୀୟ କ୍ରୟଚୁଣ୍ଡି ସମ୍ପାଦନ କରିବା ପୂର୍ବରୁ ବିଦ୍ୟୁତ ଆଲନି ବିଧାବ୍ୟବସ୍ଥା ଅନୁସାରେ ଗ୍ରୀ ଓଇଆରସିଙ୍କୁ ଆବେଦନ କଲେ ଓଡିଶା ଆୟୋଗ ଆବେଦନକୁ ଗ୍ରହଣ କଲେ କିନ୍ତୁ ବିଦ୍ୟୁତ ଆଇନି ଅନୁସାରେ ଜନଶୁଣାଣି ନକରି ଗ୍ରୀ ପ୍ରସ୍ତାବକୁ ଦୁଇଟି କେସରେ ୨୦ ଓ ୭୦/୨୦୨୧ ତା ୨୨.୦୬.୨୦୨୧ ଓ ୧୮ ୧୦.୨୦୨୧ରେ ଅନୁମୋଦନ କରିଦେଲେ। ଆୟୋଗ କହିଛରି, ଗ୍ରା- ୨୫ ବର୍ଷପାଇଁ ୟୁନିଟ ପିଛା ୨ ଟଙ୍କା ୬୧ ପଇସା ହିସାବରେ ସେଜି-ଆବାନି ଠାରୁ ସୋଲାର ବିଦ୍ୟୁତ କ୍ରୟ କରିବ। ସେଜି-ଆଦାନି ଖେଳ ଓଡିଶାରେ ସଫଳ ହେଲାପରେ ଆନ୍ଧ୍ରରେ ୟୁନିଟ ପିଛା ୨ ଟଙ୍କା ୪୯ ପଇସାରେ ୭ ଗିଗାୱାଳ ଓ ଅବଶିଷ୍ଟ ୫୦୦ ମେରାଘାଟ ତାମିଲନାଡୁ, ଛତିଶଗଡ ଓ ଜମ୍ମୁ କାଶ୍ମୀରକୁ ବିକ୍ରୟ ପାଇଁ ଚୁକ୍ତି କରିଦେଲେ।

ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଆମେରିକା ସରକାରଙ୍କର ନ୍ୟାୟ ବିଭାଗ ସେକି-ଆଦାନ ବିକ୍ରୟ କରିଥିବା ୮ ଗିଗାୱାତ ବିଦ୍ୟୁତ କାରବାରରେ ୨୬୫ ନିୟୁତ ଡଲାର ଲାଞ୍ଚ ଦିଆଯାଇଥିବା ଅଭିଯୋଗ ଫର୍ଦ୍ଧ ଦାଖଲ କରିଛନ୍ତି। ଆମେରିକା ସରକାରଙ୍କର ଅଭିଯୋଗରେ କେତେ ସତ୍ୟ ଅଛି ତାହା ଭବିଷ୍ୟତ କହିବ। ଆମ ବିଚାରରେ ଗ୍ରୀନ୍ତୋ ସହିତ ସେକି-ଆଦାନି ସମ୍ପାଦନ କରିବା ୨୫ ବର୍ଷୀୟ ବିଦ୍ୟୁତ କ୍ରୟଚୁକ୍ତିରେ ବହୁତ ଗୁଡିଏ ତ୍ରୁଟି ଥିବା କଷ୍ଟ ଅନୁମେୟ। ଭାରତ ସରକାର ସୋଲାର ପ୍ଲାଣ୍ଟ ପାଇଁ ଅନୁମୋଦନ କରିଥିବା ୧୯ ପ୍ରତିଶତ ପ୍ଳାଣ୍ଟ ବ୍ୟବହାର କ୍ଷମତା ଚାଷବିକତା ଠାରୁ କମ କାରଣ ସୋଲାର ପାୱାର ପ୍ଲାଣ୍ଟ ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିବ। ଅର୍ଥାତ ୨୪ ଘଣ୍ଟାରୁ ୯ ଘଣ୍ଟା ବିଦ୍ୟୁତ ଉତ୍ପାଦନ ହୋଇପାରିବ, କେବଳ ବର୍ଷାମାସରେ ଏହା ସମ୍ଭବ ନୁହେଁ। ଭାରତରେ ସାମ୍ପ୍ରତିକ ତାପମାତ୍ରା ବୃଦ୍ଧିକୁ ବିଚାରକୁ ନେରେ ସୋଲାର ପାୱାର ପ୍ଲାଣ୍ଟର ବ୍ୟବହାରିକ କ୍ଷମତା ୨୫% ରହିବା ଗୁଜୁରାଟ ଆୟୋଗ ୨୨.୫୦% ଅନୁମୋଦନ କରିବା ନହିଁର ଅଛି।

ବିଦ୍ୟୁତ କିମ୍ବା ଅନ୍ୟାନ ସାମଗ୍ରୀର ବିକ୍ରୟମୂଲ୍ୟ ନିର୍ଣ୍ଣୟ କରିବା ସମୟରେ ୬ଟି ପ୍ରମୁଖ କ୍ଷେତ୍ରର ପ୍ରଭାବକୁ ବିଚାରକୁ ନିଆଯାଏ । ଯଥା ୧-ପ୍ରକଳ୍ପ/ଶିଳ୍ପର ପରମାୟୁ, ୨-ପୁଞ୍ଜିନିବେଶ ପରିମାଣ, ୩-ବାର୍ଷିକ ପରିଚାଳନା ଓ ରକ୍ଷଣାବେଷଣ ଖର୍ଚ, ୪-ପୁଞ୍ଜିନିବେଶର ବାର୍ଷିକ ଖର୍ଚ, ୫-ପ୍ରକଳ୍ପର ବ୍ୟବହାରିକ କ୍ଷମତା କାରକ ଓ ୬-ଲାଭ ପରିମାଣ ତୁଳନାତ୍ମକ ଭାବେ ଆମେ ୧୦୦୦ ମେଗାଗାନ ତାପଜ ବିଦ୍ୟୁତକେନ୍ଦ୍ର ସହିତ ସମାନ କ୍ଷମତାସମ୍ପର୍ଣ ୧୦୦୦ ମେଗାୱା ସୋଲାର ପ୍ଲାଣ୍ଟ ବିଚାରକୁ ନେଇ ସେକି-ଆଦାନି ବିଦ୍ୟୁତମୂଲ୍ୟକୁ ସମୀକ୍ଷା କରିବା। ୧-ପ୍ରକଳ୍ପ ପରମାୟୁ ଆୟୁଷ ସେଜି-ଆବାନି ସୋଲାର ପ୍ଲାଣ୍ଟ ପାଇଁ ୨୫ ବର୍ଷ ଅନୁମୋଦନ ହୋଇଛି । ସୋଲାର ପାନେଲର ଆୟୁଷ ୪୦ ରହିଥିବା ବେଳେ ଏହାକୁ ୨୫ ବର୍ଷକୁ କମାଇଦେବା ଦ୍ବାରା ସେଟ୍ଟି-ଆଦାନ ବିଦ୍ଯୁତମୂଲ୍ୟ ବୃଦ୍ଧି ଘଟିଛି। ତାପଜ ବିଦ୍ୟୁତକେନ୍ଦ୍ର ଆୟୁଷ ବହୁ ପୁରାତନ କାଳରୁ ୨୫ ବର୍ଷ ଅନୁମୋଦନ ଲାଭ କରୁଥିଲେବି ଏହା ୩୦-୩୫ ବର୍ଷ ଚାଲିବା ବହୁତ ନଜିର ଅଛି। ୨-ପୁଞ୍ଜିନିବେଶ କ୍ଷେତ୍ରରେ ୧୦୦୦ ମେଗାୱାଟ କ୍ଷମତା ସମ୍ପର୍ଶ ତାପଜ ବିଦ୍ୟୁତକେନ୍ଦ୍ର ପାଇଁ ୮୩୪୦ କୋଟିଟଙ୍କା ଆବଶ୍ୟକ, ସେହିପରି ସୋଲାର ପ୍ଲାଣ୍ଟପାଇଁ ୫୦୦୦ କୋଟିଟଙ୍କା। ତେଣୁ ସେକି-ଆଦାଳି ବିଦ୍ୟୁତମୂଲ୍ୟ ରାପଳ ଠାରୁ କମ ରହିବ ୩-ବାର୍ଷିକ ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ ତାପ ବିଦ୍ୟୁତକେନ୍ଦ୍ରରେ ୟୁନିଟ ପିଛା ୧୭ଙ୍କା ୫୦ ପଇସା ହୋଇଥିବାବେଳେ ସୋଲାର ପ୍ଲାଣ୍ଟର ସେପରି ଖର୍ଚ ପ୍ରାୟ ନାହିଁ। ଅର୍ଥାତ ତାପଜ ବିଦ୍ୟୁତ ଠାରୁ ସେଜି- ଆଦାନ ବିଦ୍ୟୁତମୂଲ୍ୟ ୟୁନିଟ ପିଛା ୧ ଡଙ୍ଗା ୫୦ ପଇସା କମରହିବ। ୪-ପୁଞ୍ଜିନିବେଶ ପାଇଁ ବାର୍ଷିକ ଖର୍ଚ ତାପଜ ବିଦ୍ୟୁତଳେନ୍ଦ୍ରରେ ୧୧୫୦ କୋଟିଟଙ୍କା ଓ ସୋଲାର ପ୍ଲାଣ୍ଟରେ ମାତ୍ର ୭୦୦ କୋନିବଙ୍କା। ଅର୍ଥାତ ସୋଲାର ପ୍ଲାଣ୍ଟର ପୁଞ୍ଜିନିବେଶ ବାର୍ଷିକ ଖର୍ଚ ୪୫୦ କୋଟିବଙ୍କା କମ ଥିବାରୁ ସେକି-ଆଦାନି ବିଦ୍ୟୁତମୂଲ୍ୟ କମ ରହିବ। ୫-ତାପଜ ବିଦ୍ୟୁତକେନ୍ଦ୍ରର ବ୍ୟବହାରିକ କ୍ଷମତା କାରଜ ୮୫% ଥିବାବେଳେ ସୋଲାର ପ୍ଲାଣ୍ଡ ପାଇଁ ୧୯% ମଞ୍ଜୁର ହୋଇଛି

ଏକ୍ଷେତ୍ରରେ ସୋଲାର ବିଦ୍ଯୁତମୂଲ୍ୟର ଏକ ଗଡ ବୃଦ୍ଧିହେବ କିନ୍ତୁ ସରକାର ବାସ୍ତବତାକୁ ନିଚାର କରି ସୋଲାର ପ୍ଲାଣ୍ଟ ବ୍ୟବହାର କ୍ଷମତା କାରକ ୨୫% କରିଜ୍‌ରେ ସେକି-ଆଦାନି ବିଦ୍ୟୁତମୂଲ୍ୟ ଆଶାତୀତ ବୃଦ୍ଧି ହୋଇ ନଥାନ୍ତା। ୬-ଶେଷ ପ୍ରମୁଖ କ୍ଷେତ୍ରଟି ହେଉଛି ଲାଭର ପରିମାଣା ତାପକ ବିଦ୍ୟୁତକେନ୍ଦ୍ରର ବିଦ୍ୟୁତମୂଲ୍ୟ ନିର୍ଣ୍ଣୟ କରିବା ପ୍ରଣାଳୀରେ ରାଇ ପରିମାଣ ଆକଲିତ ହୋଇଥାଏ। କିନ୍ତୁ ସେକି-ଆଦାନି ବିଦ୍ଯୁତମୂଲ୍ୟ ନିର୍ଣ୍ଣୟ ପ୍ରଣାଳୀରେ ଆଯୋଗ ଲାଭ ପରିମାଣକୁ ଆକଳିତ କରିନାହାନ୍ତି ଓ ଅସୀମିତ ଲାଭକୁ ଅନୁମୋଦନ କରିଛନ୍ତି। ତେଣୁ ସେଜି-ଆଦାନି ବିଦ୍ୟୁତମୂଲ୍ୟ ଅନ୍ଧାରୁଆ ବୃଦ୍ଧି ହୋଇଛି। ଉପରୁକ୍ତ ୬ଟି କ୍ଷେତ୍ର ମଧ୍ୟରୁ ପାଞ୍ଚଟି କ୍ଷେତ୍ର ସୋଲାର ବିଦ୍ଯୁତମୂଲ୍ୟ କମ କରିବା ପାଇଁ ଖୁବ ସହାୟକ ହୋଇଥିବା ବେଳେ କେବଳ ଗୋଟିଏ କ୍ଷେତ୍ର ସୋଲାର ବିଦ୍ଯୁତମୂଲ୍ୟ ବୃଦ୍ଧିକୁ ବଡ ସହାୟକ ହୋଇଛି। ଗୁଜୁରାଟ ବିଦ୍ୟୁତ ଆୟୋଗ ସୋଲାର ବିଦ୍ୟୁତମୂଲ୍ୟ ୨ ଟଙ୍କାରୁ ୨ ଟଙ୍କା ୪୦ ପଇସା ଭିତରେ ଅନୁମୋଦନ କରିଛନ୍ତି । ଓପିଜିସି ତାପଛକେନ୍ଦ୍ର ବିଦ୍ୟୁତମୂଲ୍ୟ ୟୁନିଟ ପିଛା ୩ ଚଙ୍କା ରହିଥିବାବେଳେ ସେଜି-ଆଦାନ ସୋଲାର ବିଦ୍ୟୁତ ମୂଲ୍ୟ ୨ ଟଙ୍କା ୬୧ ପଇସା ସ୍ଥିର କରିବା ପ୍ରଣାଳୀରେ ବହୁତ ଗୁଡିଏ ଅସଙ୍ଗତି ଥିବା ସ୍ପଷ୍ଟ ଜଣାପଡୁଛି ସୋଲାର ପାନେଲ ମୂଲ୍ୟ ହ୍ରାସ ପାଉଛି। କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାରଣା ବିଦ୍ୟୁତ ଯୋଜନା ବିଦ୍ୟୁତମୂଲ୍ୟକୁ ନିଶ୍ଚୟ ହ୍ରାସ କରିବାପାଇଁ ଉଦ୍ଧିଷ୍ଟ କିନ୍ତୁ ଏହାର ଗତି ମନ୍ଥର ହୋଇଛି। ଆମ ସମୀକ୍ଷାରେ ବାସ୍ତବିକତା ଆଧାରରେ ଯଦି ଭକ୍ତ ୬ଟି ପ୍ରମୁଖ କ୍ଷେତ୍ରକୁ ବିଚାରକୁ ନିଆଯାଇ ପାର୍ଲିଆନ୍ତା ତେବେ ସେଜି-ଆଦାନି ବିଦ୍ୟୁତମୂଲ୍ୟ ଅତିବେଶିରେ ୟୁନିଟ ପିଛା ୨ ଟଙ୍କା ରହିଆନ୍ତା କିନ୍ତୁ ଏସବୁ ବାସ୍ତବତା ଓ ସମ୍ଭାବନାକୁ ଓଇଆରସି-ଗ୍ରୀ ମେଣ୍ଟ ସମ୍ପୂର୍ଣ ଅଣଦେଖା କରି ସେଡି-ଆଦାନି ମେଣ୍ଟକୁ ଅନୁକମ୍ପା ଦେଖାଇ ବିଦ୍ୟୁତମୂଲ୍ୟ ବୃଦ୍ଧି କରିଛନ୍ତି ନିଶ୍ଚୟ । ଏଥିପାଇଁ ଆଦାନି ଲାଞ୍ଚ କାରବାର କରିଥିବା ଆମେରିକା ସରକାର ଷଷ୍ଟ ଅଭିଯୋଗ କରିଛନ୍ତି।

ଆଶ୍ଚର୍ଯ୍ୟର ବିଷୟଟି ହେଉଛି, ସେଡି-ଆବାନି ବିଦ୍ଯୁତମୂଲ୍ୟ ନିର୍ଣ୍ଣୟ ପ୍ରଣାଳୀରେ ଟାଗ ଆବଣ୍ଟନ କମ୍ପାନୀର ଯୁକ୍ତିକୁ ଆୟୋଗ ଅଣଦେଖା କରିଛନ୍ତି। ଆବଶ୍ୟକୀୟ ଚେଣ୍ଡର ଦସ୍ତାବିଜ ଓ ମୂଲ୍ୟ ନିଶ୍ଚିୟ ପଦ୍ଧତିକୁ ପ୍ରକାଶ କରିବା ପାଇଁ ଚାଟା ଯୁକ୍ତି ବାଢିଥିଲେବି ବିଚାରକୁ ନିଆଯାଇ ନାହିଁ। ଆୟୋଗଙ୍କ ଆଦେଶରେ ଏସପିଡି (ସୋଲାର ପାଖର ଡେଇପର ଅର୍ଥାତ ଆଦାନି) ଉପରେ କୌଣସି ତଥ୍ୟ ନାହିଁ। ସେକି-ଆଦାନି ବିଦ୍ୟୁତମୂଲ୍ୟ ନିର୍ଭୟ ପ୍ରଣାଳୀରେ ଆୟୋଗ କୌଣସି ଛତା ଅବଲମ୍ବନ କରିନଥିବା ଜଳଜଳ ଦେଖା ଯାଉଛି ଓଡିଶାରେ ସେକି-ଆଦାନି ଖେଳ ସଫଳ ହେବାପରେ ସମାନ ଡଙ୍ଗରେ ଆନ୍ଧ୍ର, ଛତିଶଗଡ, ତାମିଲନାଡୁ ଓ ଜମ୍ମୁ କାଶ୍ମୀରରେ ବିଦ୍ୟୁତମୂଲ୍ୟ ବୃଦ୍ଧିକରିବାରେ ଏହି ମେଣ୍ଟ ସଫଳ ହୋଇଛି। ସେଜି-ଆଦାନି ମେଣ୍ଟ ସହାୟତାରେ ଭାରତରେ ଘଟିଥିବା ଅନ୍ଧାରୁଆ ସୋଲାର ବିଦ୍ୟୁତମୂଲ୍ୟ ବୃଦ୍ଧି ପଛରେ ଥିବା ଲାଞ୍ଚ କରବାରକୁ ଆମେରିକା କର୍ତ୍ତୃପକ୍ଷ ନିଖୁଣ ଭାବେ ଠଉରାଇ ପାରିଛନ୍ତି ଓ ସେଥ‌ିପାଇଁ ତାଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ କରି ୱାରେଣ୍ଟ ଜାରି କରିଛନ୍ତି।

ବିଶ୍ବସ୍ତରୀୟ ଗଣମାଧ୍ୟମ ଫିନାସିଆଲ ଏକ୍ସପ୍ରେସ ୨୦୨୩ ପାଇଁ ଏକ ସର୍ଭେ ରିପୋର୍ଟ ପ୍ରକାଶଳରି ଦର୍ଶାଇଛନ୍ତି, ଭାରତର ଶିଳ୍ପ ବ୍ୟବସାୟୀ ପୃଥିବୀର ହାରାହାରି ବିଦ୍ଯୁତମୂଲ୍ୟ ତୁଳନାରେ ଅଧିକ ବ୍ୟୟ କରୁଛନ୍ତି। ଚୀନ, ରୁଷିଆ, ଆମେରିକା ଓ ଇଣ୍ଡୋନେସିଆ ଆଦି ଶିଳ୍ପ ବିକଶିତ ଦେଶଗୁଡିକ ତୁଳନାରେ ଶିଳ୍ପପାଇଁ ଭାରତର ବିଦ୍ୟୁତ ମୂଲ୍ୟ ବହୁତ ଅଧିକ ରହିଛି। ରିପୋର୍ଟରୁ ଷଷ୍ଟ ଅନୁମେୟ, ଯେଉଁ ବୃହତ ଦେଶଗୁଡିକ ବିଦ୍ୟୁତମୂଲ୍ୟ କମ ରଖୁଛନ୍ତି ସେମାନେ ପ୍ରବଳ ଅର୍ଥନୈତିକ ବିକାଶ ଲାଭ କରିଛନ୍ତି। ଭାରତର ଅର୍ଥନୈତିକ ବିକାଶରେ ବନ୍ଧିତ ବିଦ୍ଯୁତମୂଲ୍ୟ ବୃଦ୍ଧି ଏକ ବଡ ପ୍ରତିବନ୍ଧକ ହୋଇଛି। ଭାରତର ବିଦ୍ୟୁତମୂଲ୍ୟ ବିଶ୍ବସ୍ତରରେ ପ୍ରତିଯୋଗୀକ୍ଷମ ନହେବାରୁ ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକ ଭାରତରେ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ସକ୍ଷମ ହେଉନାହାନ୍ତି। ତେଣୁ ନିକଶିତ ଦେଶଗୁଡିକ ତୁଳନାରେ ଆମର ଅର୍ଥନୈତିକ ଅଭିବୃଦ୍ଧି ବହୁତ ପଛରେ ପଡିଛି। ମୋଟ ଘରୋଇ ଉତ୍ପାଦ ଓ ମୁଣ୍ଡପିଛା ଆୟରେ ଆମେରିକା ଯଥାକ୍ରମେ ୨୬.୯୫ ଟ୍ରିଲିୟନ$ ଓ ୬୯.୬୮୨$ ପହଞ୍ଚିବା ବେଳେ ଚୀନ୍ ୧୮.୩୨ ଟ୍ରିଲିୟନS ଓ ୧୨,୭୨୦S, ରୁଷିଆ ୨.୨୪ ଟ୍ରିଲିୟନS ଓ ୧୧,୨୧୬S ଓ ଇଣ୍ଡୋନେସିଆ ୧.୩୫ ଟ୍ରିଲିୟନS ଓ ୩,୮୪୪$ ପହଞ୍ଚିଛନ୍ତି। ଭାରତର ମୋଟ ଘରୋଇ ଉତ୍ପାଦ ଓ ମୁଣ୍ଡପିଛା ଆୟ ଯଥାକ୍ରମେ ମାତ୍ର ୩.୯୪ ବ୍ରିଲିୟନ$ ଓ ୨,୭୩୪$ ରହିଛି। ବିଦ୍ୟୁତ ମୂଲ୍ୟ ତଥା ଅର୍ଥନୈତିକ ଅଭିବୃଦ୍ଧି ପ୍ରସଙ୍ଗରେ ଭାରତ-ପୃଥ‌ିବୀ ସମ୍ପର୍କର ଅବିକଳ ଚିତ୍ର ଓଡିଶା-ଭାରତ ସମ୍ପର୍କରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଭାରତର ଶିଳ୍ପପାଇଁ ବିଦ୍ଯୁତମୂଲ୍ୟ ଓ ଅର୍ଥନୀତି ଏପରି ପଛୁଆ ଅବସ୍ଥାରେ ଗତିକରୁଥିବା ବେଳେ ଆମେରିକା ସରକାରଙ୍କର ଆଦାନି ଲାଞ୍ଚ କାରବାର ଅଭିଯୋଗ ପ୍ରସଙ୍ଗ ବହୁତ ତାପର୍ଜ୍ୟପୂର୍ଣ ମନେହୁଏ। ତେଣୁ ଓଡିଶା ଓ ଭାରତ ସରକାରଙ୍କ ପାଖରେ ନିବେଦନ କରୁଛୁ, ଆମେରିକା ସରକାରଙ୍କ ଅଭିଯୋଗକୁ ପ୍ରାଥମିକତା ଭିତିରେ ଗ୍ରହଣକରି ଏକ ଉଚ୍ଚପରୀୟ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବାପାଇଁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରନ୍ତୁ। ଭାରତର ଶିଳ୍ପ ବ୍ୟବହାରିକ ବିଦ୍ୟୁତମୂଲ୍ୟ କାହିଁକି ପୃଥିବୀର ଦେଶମାନଙ୍କ ସହିତ ପ୍ରତିଯୋଗୀକ୍ଷମ ହୋଇପାରୁନାହିଁ ତାହାର ନିରାସକ୍ତ ତଦନ୍ତ ଓ ନିରାକରଣ ଏକାନ୍ତ ଆବଶ୍ୟକ ହୋଇପଡିଛି।

ଆନନ୍ଦ ମହାପାତ୍ର, ଶକ୍ତି ସମୀକ୍ଷକ

Tag:

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL