ଜ଼ିଲ୍ଲା ରାଜ୍ୟର ପ୍ରମୁଖ ସହର ସମ୍ବଲପୁର ସମ୍ବଲପୁର

ଲ’ କମିଶନ ରେ ୩ବର୍ଷ ହେଲା ପଡିରହିଛି ମନ୍ଦିର ଟ୍ରଷ୍ଟ ବୋର୍ଡ ଅନୁମୋଦନ ଫାଇଲ୍

ଲ’ କମିଶନ ରେ ୩ବର୍ଷ ହେଲା ପଡିରହିଛି ମନ୍ଦିର ଟ୍ରଷ୍ଟ ବୋର୍ଡ ଅନୁମୋଦନ ଫାଇଲ୍:
ମନ୍ଦିର ପରିଚାଳନା ରେ ସମସ୍ୟା ସୃଷ୍ଟି!

ରେଙ୍ଗାଲି, ଡ଼ିସେମ୍ବର 14

( ଡ଼ଃ ନିବେଦିତା ନାଥ )
ଦେବୋତ୍ତର କମିଶନର ଅଧିନ ରେ ଥିବା ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ର ଲପଙ୍ଗା ଗ୍ରାମର ୪ଶହ ବର୍ଷ ପୁରାତନ ପ୍ରସିଦ୍ଧ ଶିବ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ର ଟ୍ରଷ୍ଟ ବୋର୍ଡ ଗଠନ ପାଇଁ ଦେବୋତ୍ତର କମିଶନର ୨୦୨୨ ମସିହା ଅପ୍ରେଲ ୨୫ ତାରିଖ ଦିନ ଲ’ କମିଶନ କୁ ସୁପାରିଶ କରିଥିଲେ। ଜଗନ୍ନାଥ ମନ୍ଦିର ର କେସ୍ ନମ୍ବର ୩୫୪/୨୫।୪।୨୦୨୨ ଏବଂ ଶିବ ମନ୍ଦିର କେସ୍ ନମ୍ବର ୩୬୧/୨୫।୪।୨୦୨୨ ଫାଇଲ ଲ’ କମିଶନ ପାଖରେ ଗତ ୩ବର୍ଷ ହେଲା ପଡି ଖତ ଖାଉଛି ବୋଲି ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ଏସଡିସିସି ବ୍ୟାଙ୍କ୍ ନିର୍ଦ୍ଦେଶକ କିରଣ ବେହେରା ଅଭିଯୋଗ କରିଛନ୍ତି। କମିଶନ ଏହାକୁ ଅନୁମୋଦନ କରୁ ନଥିବାରୁ ଟ୍ରଷ୍ଟ ବୋର୍ଡ ଗଠନ ହୋଇପାରୁନାହିଁ। ଫଳ ରେ ମହାପ୍ରଭୁଙ୍କ ମନ୍ଦିର ପରିଚାଳନା ଏବଂ ଯାନି ଯାତ୍ରା ପର୍ବ ପର୍ବାଣୀ ଆୟୋଜନ ରେ ସମସ୍ଯା ଦେଖାଦେଉଛି। ଟ୍ରଷ୍ଟ ବୋର୍ଡ ଗଠନ ହେଉ ନଥିବାରୁ ଦେବୋତ୍ତର ବିଭାଗ ର ତଥା କୌଣସି ସରକାରୀ ଅନୁଦାନ ମିଳୁନାହିଁ। ଶ୍ରୀ ବେହେରା ଙ୍କ ଅଭିଯୋଗ ରୁ ପ୍ରକାଶ ଯେ ଗତ ପ୍ରାୟ ୭/୮ବର୍ଷ ହେଲା ଲପଙ୍ଗା ର ଜଗନ୍ନାଥ ମନ୍ଦିର ଓ ଶିବ ମନ୍ଦିର ଟ୍ରଷ୍ଟ ବୋର୍ଡ ର ୨ବର୍ଷିଆ ଅବଧି ଶେଷ ହୋଇଥିଲେ ମଧ୍ଯ ନୂତନ ଟ୍ରଷ୍ଟ ବୋର୍ଡ ଗଠନ ହୋଇନାହିଁ। ଦୁଇ ଦଶନ୍ଧି ପୂର୍ବେ ଟ୍ରଷ୍ଟ ବୋର୍ଡ ଗଠନ ଦେବୋତ୍ତର କମିଶନର ଙ୍କ କ୍ଷମତା ପରିସରଭୁକ୍ତ ଥିଲା। ଲ’ କମିଶନ ର କୌଣସି ଭୂମିକା ନଥିଲା । କିନ୍ତୁ ଆଇନ ରେ ପରିବର୍ତ୍ତନ କରାଯାଇ ଲ’କମିଶନ ର ବିନା ଅନୁମୋଦନ ରେ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇ ପାରିବ ନାହିଁ ବୋଲି ନିୟମ କରାଗଲା ପରେ ଏଭଲି ଅଚଳାବସ୍ଥା ଦେଖାଦେଇଛି । ଗ୍ରାମାଞ୍ଚଳ ର ଲୋକେ ଟ୍ରଷ୍ଟ ବୋର୍ଡ ଗଠନ ପାଇଁ କାମ ଧନ୍ଦା ଛାଡି ଲ’କମିଶନ ପାଖକୁ ଧାଁଦଉଡ କରିବା ଅସମ୍ଭବ ହେଉଥିବା ବେଳେ ଦେବୋତ୍ତର କମିଶନର ଟ୍ରଷ୍ଟ ବୋର୍ଡ ଗଠନ ପାଇଁ କରିଥିବା ସୁପାରିଶ ଫାଇଲ୍ ବର୍ଷ ବର୍ଷ ଧରି ଲ’କମିଶନ ଦପ୍ତର ରେ ଅନୁମୋଦନ ହେଉ ନାହିଁ। ଆଇନ୍ ର ଆଡକାଠ ଯୋଗୁଁ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅଞ୍ଚଳ ରେ ଦେବୋତ୍ତର ବିଭାଗ ଅଧିନ ରେ ଥିବା ଅନେକ ମନ୍ଦିର ର ଟ୍ରଷ୍ଟ ବୋର୍ଡ ଗଠନ ହୋଇ ପାରି ନାହିଁ। ରାଜ୍ଯ ସରକାର ଏଥିରେ ହସ୍ତକ୍ଷେପ କରି ଅଚଳାବସ୍ଥା ଦୂର କରିବା ଦିଗରେ ଆଶୁ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବୀ କଳିଛନ୍ତି। ଏହା ବ୍ୟତୀତ ଆଇନ୍ ର ପରିବର୍ତ୍ତନ କରି ପୂର୍ବ ଭଲି ଟ୍ରଷ୍ଟ ବୋର୍ଡ ଗଠନ ର କ୍ଷମତା ଦେବୋତ୍ତର କମିଶନର ଙ୍କୁ ଦେବା ପାଇଁ ମଧ୍ଯ ସେ ଦାବୀ କରିଛନ୍ତି।
ଉଲ୍ଲେଖ ଯୋଗ୍ଯ ଯେ ହୀରାକୁଦ ନଦୀବନ୍ଧ ଯୋଜନା ରେ ଲପଙ୍ଗା ଗ୍ରାମ ର ଶିବ ମନ୍ଦିର ଓ ଜଗନ୍ନାଥ ମନ୍ଦିର ଜଳମଗ୍ନ ହେବା ସହ ଜମି ମଧ୍ଯ ଜଳମଗ୍ନ ହୋଇଥିଲା। ଜଳଭଣ୍ଡାର ଭିତରେ ଜଳସମାଧି ନେଇଥିବା ୧୦୮ ଉଭା ଶିବ ଲିଙ୍ଗ ଦର୍ଶନ ଓ ପୂଜା ଅର୍ଚ୍ଚନା ପାଇଁ ଜଳଭଣ୍ଡାର ର ପାଣି ଶୁଖିଗଲା ପରେ ଅସଂଖ୍ଯ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ। ସରକାରୀ ତହବିଲ୍ ଉଭୟ ମନ୍ଦିର ର ଜମି ବାବଦ ଟଙ୍କା ଜମା ରହିଛି। ଉଭୟ ମନ୍ଦିର ଦେବୋତ୍ତର କମିଶନର ଅଧିନ ରେ ଥିବା ସତ୍ବେ ଟ୍ରଷ୍ଟ ବୋର୍ଡ ଗଠନ ରେ ଅହେତୁକ ବିଳମ୍ବ ଜନସାଧାରଣ ରେ ତୀବ୍ର ଅସନ୍ତୋଷ ସୃଷ୍ଟି କରୁଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL