କ୍ରୀଡା

ଟେନିସରୁ ଅବସର ନେଲେ ବୋପାନ୍ନା

ଭାରତର ତାରକା ଟେନିସ ଖେଳାଳି ରୋହନ ବୋପାନ୍ନା ନିଜର ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ଭାବବିହ୍ବଳପୂର୍ଣ୍ଣ ପୋଷ୍ଟ କରି ସେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଫଳରେ ବୋପାନ୍ନାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ଏକପ୍ରକାର ନିରାଶା ଦେଖିବାକୁ ମିଳିଛି।

ବୋପାନ୍ନା ନିଜ ପୋଷ୍ଟରେ ଲେଖିଛନ୍ତି, ‘ଏକ ବିଦାୟ, କିନ୍ତୁ ଶେଷ ନୁହେଁ। ଏଭଳି ସମୟରେ ବିଦାୟ ନେବା ବହୁତ କଷ୍ଟକର ହେଉଛି, ଯାହା ଆପଣଙ୍କ ଜୀବନକୁ ସାର୍ଥକ ବନାଇଥାଏ। ୨୦ ଅବିସ୍ମରଣୀୟ ବର୍ଷ ପରେ ଏବେ ସମୟ ଆସିଯାଇଛି। ଆନୁଷ୍ଠାନିକ ଭାବେ ସେ ଟେନିସରୁ ସନ୍ନ୍ୟାସ ଘୋଷଣା କରୁଛନ୍ତି। ଏହା ଲେଖିବା ସମୟରେ ମୋ ହୃଦୟ ଅତ୍ୟନ୍ତ ଭାରି ଲାଗୁଛି ଏବଂ ସମସ୍ତଙ୍କ ପ୍ରତି ଆଭାରୀ ମଧ୍ୟ। ଏସବୁ ଏକ ସ୍ଵପ୍ନ ଭଳି ଲାଗୁଛି ବୋଲି ସେ ଲେଖିଛନ୍ତି।’

୪୫ ବର୍ଷୀୟ ବୋପାନ୍ନା ଚଳିତବର୍ଷ ପ୍ୟାରିସ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରେ ଶେଷ ଥର ପାଇଁ ଖେଳିଥିଲେ। ଏହି ମ୍ୟାଚରେ ସେ ଆଲେକଜାଣ୍ଡର ବୁବ୍ଲିକଙ୍କ ସହିତ ମିଳିତ ଭାବେ ଖେଳିଥିଲେ। ଏହି ଯୋଡ଼ିକୁ ପିୟର୍ସ ଏବଂ ଜେମ୍ସ ଟ୍ରେସୀ ୫-୭, ୬-୨ ଏବଂ ୧୦-୮ରେ ପରାସ୍ତ କରିଥିଲେ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL