ଓଡ଼ିଶା

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଶିଶୁଙ୍କ ଜୀବନ

କଟକ: କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ରଗଡ଼ିପଡ଼ାରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ପାଇଖାନା ଟାଙ୍କିରେ ଖସିପଡ଼ି ୩ ଶିଶୁଙ୍କର ମୃତ୍ୟୁ ଘଟିଛି । ମୃତକମାନଙ୍କ ମଧ୍ୟରେ ୨ ନାବାଳକ ଏବଂ ଜଣେ ନାବାଳିକା ରହିଛନ୍ତି । ସେମାନେ ହେଲେ ୯ ବର୍ଷୀୟ ଅଙ୍କିତ ନାୟକ, ୭ ବର୍ଷୀୟା ଶିବାନୀ ଏବଂ ୩ ବର୍ଷୀୟ ଶୁଭମ ।

ଖବର ମୁତାବକ, ଏହି ତିନି ଶିଶୁଙ୍କ ଘର ଇଚ୍ଛାପୁର ଏବଂ ବଡ଼ରାବେଣାରେ ହୋଇଥିବାବେଳେ, ସେମାନେ ତାଙ୍କ ମାମୁଁ ଘର ରଗଡ଼ିପଡ଼ାକୁ ବୁଲିବାକୁ ଆସିଥିଲେ । ସେମାନେ ଟାଙ୍କି ନିକଟରେ ଖେଳୁଥିବା ସମୟରେ ଅସାବଧାନତାବଶତଃ ଭିତରକୁ ଖସିପଡ଼ିଥିଲେ। ଟାଙ୍କିରେ ପାଣି ଥିବାରୁ ସେଥିରେ ବୁଡ଼ି ସମସ୍ତଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ସୋମବାର ଏହି ଦୁର୍ଘଟଣା ଘଟିଥିବାବେଳେ, ତିନି ଜଣ ଶିଶୁଙ୍କୁ ହରାଇ ଛାତି ଫଟାଇ କାନ୍ଦୁଛି ପୁରା ପରିବାର, ସମଗ୍ର ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL