ଭୁବେନଶ୍ବର: ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଚଳିତ ମାସ ଶେଷରେ ଓଡ଼ିଶା ଆସିପାରନ୍ତି ରାଷ୍ଟ୍ରପତି । ଏନେଇ ସୂଚନା ଦେଇଛନ୍ତି ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ । ରାଷ୍ଟ୍ରପତି ଶୀତ ଅଧିବେଶନରେ ବିଧାନସଭାକୁ ସମ୍ବୋଧନ କରିବେ । ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାକୁ ଜଣେ ରାଷ୍ଟ୍ରପତି ସମ୍ବୋଧନ କରିବେ । ଓଡ଼ିଶା ବିଧାନସଭାର ନିମନ୍ତ୍ରଣକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି । କେଉଁ ଦିନ ସେ ସମ୍ବୋଧନ କରିବେ, ତାହା ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ ସ୍ଥିର କରାଯିବ । ଶୀତ ଅଧିବେଶନର କାର୍ଯ୍ୟସୂଚୀ ପ୍ରସ୍ତୁତ ହେବା ପରେ ତାହା ସ୍ପଷ୍ଟ ହେବ ।
You may also like
ଓଡ଼ିଶା
ପାଠ୍ୟପୁସ୍ତକ ତ୍ରୁଟି ଓ ଏମଏମଡିଆରକୁ ନେଇ ବିଧାନସଭାରେ ବିରୋଧୀଙ୍କ ପ୍ରତିବାଦ
- September 22, 2026
- 0 Comments
ଓଡ଼ିଶା
ଅକ୍ଟୋବର ୨୭ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- September 22, 2026
- 0 Comments







