ଜାତୀୟ

ମାଲିରେ ୫ ଭାରତୀୟଙ୍କୁ ଅପହରଣ, ଉଦ୍ଧାର ପାଇଁ ଚେଷ୍ଟା ଜାରି

ନୂଆଦିଲ୍ଲୀ: ମାଲିରେ ୫ ଭାରତୀୟଙ୍କୁ ଅପହରଣ ।  ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଭାରତୀୟଙ୍କୁ ଅପହରଣ କରିଛନ୍ତି ଅଲକାଏଦା ଓ ଇସଲାମିକ୍ ଷ୍ଟେଟ୍ ଆତଙ୍କୀ ।  ଗତ ନଭେମ୍ବର ୬ରୁ ଭାରତୀୟଙ୍କୁ ଅପହରଣ କରାଯାଇଥିବା ସ୍ପଷ୍ଟ କରିଛି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ।  ଏମାନଙ୍କ ମୁକ୍ତି ପାଇଁ ମାଲିର ବାମାକୋରେ ଥିବା ଭାରତୀୟ ଦୂତାବାସ ମାଲି ସରକାରଙ୍କ ସହ କଥାବାର୍ତ୍ତା କରିଛନ୍ତି ।

ଅପହର୍ତ୍ତାଙ୍କୁ ଯଥାସମ୍ଭବ ସୁରକ୍ଷିତ ଉଦ୍ଧାର ପାଇଁ ଭାରତ କୁଟନୀତିସ୍ତରରେ କଥାବାର୍ତ୍ତା ଆରମ୍ଭ କରିଥିବା ସ୍ପଷ୍ଟ କରିଛି ଦୂତାବାସ ।  ତେବେ ଗତ କିଛିବର୍ଷ ହେଲାଣି ମାଲିରେ ଅଲକାଏଦା ଓ ଇସଲାମିକ୍ ଷ୍ଟେଟ୍ ଆତଙ୍କୀମାନେ ଉତ୍ପାତ ଆରମ୍ଭ କରିଛନ୍ତି ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି ।  ଅପହରଣକାରୀଙ୍କୁ ଉଦ୍ଧାର ପାଇଁ ସବୁପ୍ରକାରର ଚେଷ୍ଟା ଜାରି ରହିଥିବା ଦୂତାବାସ କହିଛି ।  ଏ ସମ୍ପର୍କରେ ଭାରତୀୟ ଦୂତାବାସ ପକ୍ଷରୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରାଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL