ଜାତୀୟ

ଦିଲ୍ଲୀ ବିସ୍ଫୋରଣ: ବାବ୍ରି ମସଜିଦର ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ ଆତଙ୍କୀ ଗୋଷ୍ଠୀ

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ଘଟଣାର ତଦନ୍ତ ବେଳେ ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ । ଡିସେମ୍ବର ୬ ତାରିଖରେ ଦିଲ୍ଲୀର ୬ଟି ଜନଗହଳିପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ପାଇଁ ହୋଇଥିଲା ଯୋଜନା । ଦିଲ୍ଲୀ ଲାଲକିଲା ନିକଟରେ ଘଟିଥିବା ଭୟାନକ ବିସ୍ଫୋରଣ ଘଟଣାର ତଦନ୍ତ ଚାଲିଛି । ଆତଙ୍କବାଦୀ ସଂପୃକ୍ତି ଘଟଣା ସାମ୍ନାକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ଭୟାଙ୍କର ତଥ୍ୟ ସାମ୍ନାକୁ ଆସିଛି । ତଦନ୍ତକାରୀ ଦଳ ହାତରେ ଲାଗିଥିବା ତତ୍ୟ ଅନୁସାରେ, ଡିସେମ୍ବର ୬ରେ ଦିଲ୍ଲୀର ୬ଟି ସ୍ଥାନରେ ବିସ୍ଫୋରଣ ପାଇଁ ଯୋଜନା କରିଥିଲେ ଆତଙ୍କୀ ଡାକ୍ତର । ବାବ୍ରି ମସଜିଦ ର ପ୍ରତିଶୋଧ ନେବାକୁ ଯୋଜନା କରିଥିଲେ ଡାକ୍ତର ଆତଙ୍କି ଗୋଷ୍ଠି ଓ ଜୈଶ୍‌-ଏ-ମହମ୍ମଦ । ୧୯୯୨ ଡିସେମ୍ବର ୬ରେ ବାବ୍ରି ମସଜିଦ ଭଙ୍ଗା ଯାଇଥିଲା , ଏହାର ପ୍ରତିଶୋଧ ନେବା ପାଇଁ ୬ତାରିଖରେ ୬ଟି ସ୍ଥାନରେ ବିସ୍ଫୋରଣ ପାଇଁ ହୋଇଥିଲା ଯୋଜନା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL