ଓଡ଼ିଶା

ପ୍ରକାଶ ପାଇଲା ସ୍ବତନ୍ତ୍ର ଓଟିଇଟି-୨୦୨୫ ପରୀକ୍ଷା ଫଳ

କଟକ: ପ୍ରକାଶ ପାଇଲା ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ଫଳ । ମୋଟ ୭୨ ହଜାର ୪୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ, ଏଥିମଧ୍ୟରୁ ୪୮ ହଜାର ୧୫୩ କୃତକାର୍ଯ୍ୟ ହୋଇଛନ୍ତି । ମୋଟ ପାସହାର ୬୬.୫୦ ପ୍ରତିଶତ ରହିଛି । ରାଜ୍ୟର ୧୯୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ ।
ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ସେପ୍ଟେମ୍ବର ୨୭ରେ ପରୀକ୍ଷା ହୋଇଥିଲା । ଦୁଇଟି ପତ୍ରରେ ହୋଇ ଥିଲା ପରୀକ୍ଷା । ପେପର-୧ ଓ ପେପର-୨ ପରୀକ୍ଷା ହୋଇଥିଲା । ପରୀକ୍ଷାର୍ଥୀମାନେ www.bseodisha.ac.in ୱେବସାଇଟକୁ ଯାଇ ନିଜର ମାର୍କ ଦେଖି ପାରିବେ ।
ସୂଚନାଯୋଗ୍ୟ, ପରୀକ୍ଷା ଲାଗି ଫର୍ମ ଫିଲପ କରିଥିଲେ, ୭୫ ହଜାର ୪୦୪ ଜଣ । ଏଥର ଓଟିଇଟି ପରୀକ୍ଷା ୨ ଦୁଇ ଥର ବାତିଲ ହୋଇଥିଲା। ଏବଂ ପ୍ରଶପତ୍ର ପ୍ରଘଟ ହେବା ନେଇ ଚର୍ଚ୍ଚାରେ ଥିଲା ମାଧ୍ୟମିକ ଶିକ୍ଷା ପରିଷଦ । ପ୍ରଶ୍ନପତ୍ର ଲିକ ମାମଲାରେ ପରିଷଦର ଉପ ସଭାପତିଙ୍କ ସମେତ ଅନେକ ଅସାଧୁ କର୍ମଚାରୀ ଓ ଶିକ୍ଷକ ଗିରଫ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL