ଓଡ଼ିଶା

ଏଣିକି ଶସ୍ତା ହେବ ବାଲି ଦର, ସରକାର ଲାଗୁ କରିବେ MSP

ଭୁବନେଶ୍ବର: ବାଲି ପାଇଁ MSP ଲାଗୁ କରିବେ ସରକାର । ଆଉ ମନ ଇଚ୍ଛା ଦର ବଢାଇ ପାରିବେନି ଲିଜ ଧାରୀ ।  ସରକାର ନିର୍ଦ୍ଧାରିତ କରିଥିବା MSP ଦରରେ ହିଁ ବିକ୍ରି କରିବେ ଲିଜ୍ ଧାରୀ ।  ସାରା ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ ବାଲି ।  ଦର କମିବା ସହ ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ ବାଲି । ଇ ଲଟେରୀ ମାଧ୍ୟମରେ ଦିଆଯିବ ଲିଜ ।

ଏହାସହ ଏଣିକି ବାଲି ଗଚ୍ଛିତ କରି ରଖିବା ପାଇଁ ଷ୍ଟୋରେଜ ଲାଇସେନ୍ସ ଦେବେ ସରକାର ।  ବିନା ଷ୍ଟୋରେଜ ଲାଇସେନ୍ସରେ ବାଲି ଓ ଅନ୍ୟ ଲଘୁ ଖଣିଜ ପଦାର୍ଥ କେହି ବେଆଇନ ଗଚ୍ଛିତ କରି ରଖି ପାରିବେ ନାହିଁ ।  ଗତକାଲି କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL